‘ରାଜ୍ୟକୁ ରକ୍ଷାକର, ପରୀକୁ ନ୍ୟାୟ ମିଳୁ?’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟକୁ ରକ୍ଷା କର, ପରୀକୁ ନ୍ୟାୟ ମିଳୁ।” ଏହି ଦୁଇଟି କଥାକୁ ନେଇ ରାଜ୍ୟ ବିଜେପି କରିବ ପଦ ଯାତ୍ରା। ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ଏହି ପଦଯାତ୍ରା ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି-“ଡିସେମ୍ୱର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା। ରାଜ୍ୟକୁ ରକ୍ଷା କର, ପରୀକୁ ନ୍ୟାୟ ମିଳୁ ସ୍ଲୋଗାନ୍‌ ଦେଇ ସ୍ଥାନୀୟ ଅଞ୍ଚଳରେ ଥିବା […]

bjp

bjp

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 04:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ରାଜ୍ୟକୁ ରକ୍ଷା କର, ପରୀକୁ ନ୍ୟାୟ ମିଳୁ।” ଏହି ଦୁଇଟି କଥାକୁ ନେଇ ରାଜ୍ୟ ବିଜେପି କରିବ ପଦ ଯାତ୍ରା। ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ଏହି ପଦଯାତ୍ରା ହେବ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି-“ଡିସେମ୍ୱର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା। ରାଜ୍ୟକୁ ରକ୍ଷା କର, ପରୀକୁ ନ୍ୟାୟ ମିଳୁ ସ୍ଲୋଗାନ୍‌ ଦେଇ ସ୍ଥାନୀୟ ଅଞ୍ଚଳରେ ଥିବା ମହାପୁରୁଷଙ୍କ ପ୍ରତିମାଠାରୁ ପଦଯାତ୍ରା ଆରମ୍ଭ କରାଯିବ। ଡିସେମ୍ୱର ୨୧ ତାରିଖରୁ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ର ଯଦୁପୁର ପର୍ଯ୍ୟନ୍ତ ଏକ ପଦଯାତ୍ରା ଯିବ। ଏଥିରେ ସାଧାରଣ ଲୋକ ମଧ୍ୟ ସାମିଲ ହେବେ।”

ସେ ଆହୁରି କହିଛନ୍ତି-“ନୟାଗଡ଼ରେ ଗୋଟିଏ ଛୋଟିଆ ଛୁଆ ପରୀକୁ ରାଜ୍ୟ ସରକାର ନ୍ୟାୟ ଦେବାରେ ଅସଫଳ ହୋଇଛନ୍ତି। ତେଣୁ ପୁରୀକୁ ନ୍ୟାୟ ଦେବା ପାଇଁ ନୟାଗଡ଼ରେ ସତ୍ୟାଗ୍ରହ ଚାଲିଛି। ଏହାଛଡ଼ା ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଇପାରିଲେ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ସାଧାରଣ ଲୋକଙ୍କୁ ପ୍ରତାରଣା କରିବା ଏ ସରକାରର ଧର୍ମ ହୋଇଛି। ସରକାରଙ୍କ ଏପରି ପ୍ରତାରଣା ବିରୋଧରେ ଜନସାଧାରଣ ଆନ୍ଦୋଳନ କରିବା ଆରମ୍ଭ କଲେଣି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos