‘କେନ୍ଦ୍ର ଅର୍ଥରେ ହୋଇଛି ଇନ୍ଦ୍ରାବତୀ ପ୍ରକଳ୍ପ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଟଙ୍କାରେ ହୋଇଛି କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ। ହେଲେ ଲୋକାର୍ପଣ ଉତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ନାଁ ନେଲେନି। ଆଜି ଏପରି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ ମିଶ୍ର କହିଛନ୍ତି-“ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଯାଇଛନ୍ତି। ଏଥିରେ ସେ ଅନେକ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି। କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ଧରି […]

bjp-in-odisha

bjp-in-odisha

Manoranjan Sial
  • Published: Thursday, 14 January 2021
  • Updated: 14 January 2021, 06:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଟଙ୍କାରେ ହୋଇଛି କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ। ହେଲେ ଲୋକାର୍ପଣ ଉତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ନାଁ ନେଲେନି। ଆଜି ଏପରି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ଜୟନାରାୟଣ ମିଶ୍ର।

ଜୟନାରାୟଣ ମିଶ୍ର କହିଛନ୍ତି-“ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଯାଇଛନ୍ତି। ଏଥିରେ ସେ ଅନେକ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି। କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ଧରି ସେ ଏକାନ୍ତବାସରେ ଥିଲେ। ଆଜି ସେ ଏକାନ୍ତବାସରୁ ବାହାରି କଳାହାଣ୍ଡିରେ ସମାବେଶ କରିଛନ୍ତି। ଏଥିରେ କୋଭିଡ୍‌ କଟଣା କେମିତି ପାଳନ ହୋଇଛି, ତାହା ସମସ୍ତେ ଦେଖିଲେ ଜଣିପାରିବେ।”

ଶ୍ରୀ ମିଶ୍ର କହିଛନ୍ତି-“ଆଜି ଲୋକାର୍ପିତ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ କେନ୍ଦ୍ର ସରକାରଙ୍କର। ଏଥିରେ ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି। ତେଣୁ ଏଥିପାଇଁ ପ୍ରକୃତରେ ଧନ୍ୟବାଦର ପାତ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଥରୁଟିଏ ମଧ୍ୟ କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀଙ୍କ ନାଁ ନେଲେନି।”

ସେ କହିଛନ୍ତି-“ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ଜଳସେଚିତ ଅଞ୍ଚଳରେ ୧୯ କ୍ୱିଣ୍ଟାଲ୍‌ ଓ ଅଣଜଳସେଚିତ ଅଞ୍ଚଳରେ ୧୩ କ୍ୱିଣ୍ଟାଲ୍‌ ପର୍ଯ୍ୟନ୍ତ ଧାନ ବିକ୍ରି କରିବାକୁ ଫିକ୍ସ କରିଦେଉଛନ୍ତି। ଯାହାଫଳରେ ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାରେ ନାନା ଅସୁବିଧାରେ ପଡ଼ୁଛି। ଏବେବି ରାଜ୍ୟରେ ଥିବା ମଣ୍ଡିଗୁଡ଼ିକରେ ଧାନ ପଡ଼ି ରହିଛି। ରାଜ୍ୟରେ ଚାଷୀମାନେ ଶୋଷଣରେ ଶିକାର ହେଉଛନ୍ତି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି। ଏହା ତାଙ୍କର ରାଜନୈତିକ ଚାଲ୍‌ ଛଡ଼ା ଆଉ କିଛି ନୁହେଁ।”

ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି-“ଆଜି ନବୀନ ପଟ୍ଟନାୟକ କଳାହାଣ୍ଡିରେ କରିଥିବା କାର୍ଯ୍ୟକ୍ରମ ହେଉଛି ଏକ ଧୂଆଁବଣ। ଓଡ଼ିଆଙ୍କୁ ପ୍ରତାରଣା କରିବାରେ ନବୀନବାବୁ ସବୁ ରେକର୍ଡ ଭାଙ୍ଗିଛନ୍ତି। ତାହାର ଏକ ନଗ୍ନ ଉଦାହରଣ ହେଉଛି କାଳିଆ ଯୋଜନା। କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ପ୍ରତି ଚାଷୀଙ୍କୁ ୩ ଥର ୨୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ହେଲେ ନିର୍ବାଚନ ସମୟରେ ହୋଇଥିବା କାଳିଆ ଯୋଜନା ଅର୍ଥ କେବେ ଆସିବ? କାଳିଆ ପରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କାର୍ଯ୍ୟକାରୀ ହେଉନି। ସେ କଥା ସରକାର ଭୁଲି ଯାଆନ୍ତି। ଇଏ ହେଉଛି ଭୁଲି ଯିବାର ସରକାର।”

ଶ୍ରୀ ସେଠୀ କହିଛନ୍ତି-“୨୦୨୨ ସୁଦ୍ଧା ଦେଶରରେ ସବୁ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ଘର ନିର୍ମାଣ ହେବ। ଏକ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଛି। ଯେଉଁ କେତୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ହେଉଛି, ତାହା ଦଳୀୟ ପକ୍ଷପାତିତାରେ ହେଉଛି। ଗରିବ ଲୋକଟିଏ ପଲିଥିନ୍‌ ତଳେ ଜୀବନ ବିତାଉଛି। କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କାର ହିସାବ କାହା ପାଖରେ ନାହିଁ। ଯଦି ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗା ଯାଉଛି, ତାହା ହେଲେ ହତ୍ୟା କରାଯାଉଛି।”

ସେ ଆହୁରି କହିଛନ୍ତି-“ଯେଉଁ କଳାହାଣ୍ଡିରେ ଦିନେ ୧୨ ଟଙ୍କାରେ ପିଲା ବିକ୍ରି ହେଉଥିଲା, ସେଠି ଆଜି ୧୧୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଏପରି କାହିଁକି ହେଉଛି? ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀଙ୍କୁ କିଛି ବାର୍ତ୍ତା ଦେବେ ବୋଲି ଭାବିଥିଲୁ। ହେଲେ କେବଳ ବିଜୁବାବୁ ଓ ପାର୍କ, ମନ୍ଦିର କଥା କହିଲେ। ଏଥିରୁ ଜଣାପଡ଼ୁଛି ସରକାରଙ୍କ ଚାଷୀ ପ୍ରେମ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos