ଶଙ୍କରାଚାର୍ଯ୍ୟଙ୍କ ସଂପର୍କରେ ନରସିଂହଙ୍କ ମନ୍ତବ୍ୟକୁ ବିଜେପିର ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସଂପର୍କରେ ବିଧାନସଭାରେ ନରସିଂହଙ୍କ ମନ୍ତବ୍ୟକୁ ବିଜେପିର ସମାଲୋଚନା। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ସାଙ୍ଗିଆ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣ ମାଗିବା ହୀନମନ୍ୟତା। ନରସିଂହ ଜାଣିଶୁଣି ଜଗତ୍‌ଗୁରୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରି ଜଗନ୍ନାଥପ୍ରେମୀଙ୍କ ଆଶା, ବିଶ୍ୱାସ ଓ ଭାବାବେଗକୁ ଆଘାତ ଦେଇଛନ୍ତି। ଏଥିପାଇଁ ନରସିଂହ ଓ କଂଗ୍ରେସ କ୍ଷମା ମାଗନ୍ତୁ । ସେପଟେ ଏନେଇ ପ୍ରତିକ୍ରିୟା ରଖି ନରସିଂହ କହିଛନ୍ତି, ସେ ଯାହା କହିଛନ୍ତି ଠିକ୍, […]

760-1-750x430 (1)

Tapas Behera
  • Published: Monday, 18 November 2019
  • , Updated: 18 November 2019, 09:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସଂପର୍କରେ ବିଧାନସଭାରେ ନରସିଂହଙ୍କ ମନ୍ତବ୍ୟକୁ ବିଜେପିର ସମାଲୋଚନା। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ସାଙ୍ଗିଆ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣ ମାଗିବା ହୀନମନ୍ୟତା। ନରସିଂହ ଜାଣିଶୁଣି ଜଗତ୍‌ଗୁରୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରି ଜଗନ୍ନାଥପ୍ରେମୀଙ୍କ ଆଶା, ବିଶ୍ୱାସ ଓ ଭାବାବେଗକୁ ଆଘାତ ଦେଇଛନ୍ତି।

ଏଥିପାଇଁ ନରସିଂହ ଓ କଂଗ୍ରେସ କ୍ଷମା ମାଗନ୍ତୁ । ସେପଟେ ଏନେଇ ପ୍ରତିକ୍ରିୟା ରଖି ନରସିଂହ କହିଛନ୍ତି, ସେ ଯାହା କହିଛନ୍ତି ଠିକ୍, ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ। ଗତ ଶନିବାର ବିଧାନସଭାରେ ଦେବୋତ୍ତର ସଂଶୋଧନ ଆଇନ୍ ଉପରେ ଆଲୋଚନା ବେଳେ ଶଙ୍କରାଚାର୍ଯ୍ୟଙ୍କ ସଂପର୍କରେ ରଖିଥିବା ମନ୍ତବ୍ୟ ଉପରେ ନରସିଂହ କ୍ଷମା ମାଗିବାକୁ ଗୋବର୍ଦ୍ଧନ ପୀଠ ମୁଖପାତ୍ର ମଧ୍ୟ ଦାବି କରିଛନ୍ତି।

Related story