ଡିଜିପିଙ୍କ ଚାମ୍ବର ବାହାରେ ମାହାଙ୍ଗା ଡବଲ ମର୍ଡ଼ର ଝଡ଼

କଟକ(ଓଡ଼ିଶା ରିପୋର୍ଟର): ମାହାଙ୍ଗାର ଦୁଇ ବିଜେପି ନେତାଙ୍କୁ  ହତ୍ୟା ମାମଲାରେ  ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଜୋରଦାର କରିଛି ବିଜେପି । ଆଜି ଦଳ ପକ୍ଷରୁ  ଡିଜିପି ଅଫିସ୍ ଘେରାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଡିଜିପିଙ୍କ ଚାମ୍ବରରେ କିଛି ନେତା ଆଲୋଚନା ବେଳେ ବାହାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।  ମାହାଙ୍ଗା ଡବଲ ମର୍ଡର ଏତଲାରେ ଥିବା ସବୁ […]

8m

8m

Tapas Behera
  • Published: Friday, 08 January 2021
  • Updated: 08 January 2021, 06:05 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମାହାଙ୍ଗାର ଦୁଇ ବିଜେପି ନେତାଙ୍କୁ  ହତ୍ୟା ମାମଲାରେ  ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଜୋରଦାର କରିଛି ବିଜେପି । ଆଜି ଦଳ ପକ୍ଷରୁ  ଡିଜିପି ଅଫିସ୍ ଘେରାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ଡିଜିପିଙ୍କ ଚାମ୍ବରରେ କିଛି ନେତା ଆଲୋଚନା ବେଳେ ବାହାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।  ମାହାଙ୍ଗା ଡବଲ ମର୍ଡର ଏତଲାରେ ଥିବା ସବୁ ଅଭିଯୁକ୍ତଙ୍କୁ ପଚରାଉଚରା ଦାବି କରାଯାଇଛି।  ସବୁ ଅଭିଯୁକ୍ତଙ୍କୁ ପଚରାଉଚରା ଦାବିରେ ବିଜେପି ନେତା ଜିଦ୍‌ରେ ଅଟଳ ଅଛନ୍ତି। ସବୁ ଅଭିଯୁକ୍ତଙ୍କୁ କେବେ ପଚରାଉଚରା କରାଯିବ ଜାଣିବାକୁ ଚାହିଁଛି ବିଜେପି।

ଆଲୋଚନା ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି। ବିଜେପି ପ୍ରଶ୍ନରେ ଡିଜିପି ଅସହାୟତା ପ୍ରକାଶ କରୁଥିବା ଟଙ୍କଧର ଅଭିଯୋଗ କରିଛନ୍ତି।

ଆଜି ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ । ମାତା ମଠରୁ ବାହାରି ଏହି ଶୋଭାଯାତ୍ରାରେ ଡିଜିପି ଅଫିସଠାରେ ପହଞ୍ଚିଥିଲା । ମନ୍ତ୍ରିମଣ୍ଡଳରୁ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେିପି।  ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଦଳ ପ୍ରଶ୍ନ କରିଛି ।

ଘଟଣାରେ ପୁଲିସ୍‌ ଏଯାଏ ମୋଟ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିପାରିନାହିଁ । ଏପଟେ ବିଜେପିର ଆନ୍ଦୋଳନ ପାଇଁ ଡିଜିପି ଅଫିସରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବିଜେପି ଟିମ୍ ସହ ଗତକାଲି ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯାଇଥିଲେ। ସେଠାରେ ବିଜେପି ଟିମ୍‌ ମୃତକଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ବିଜେପି ନେତା କୁଳମଣି ବରାଳ ହତ୍ୟା ମାମଲାରେ ତାଙ୍କ ପୁଅ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos