‘ମହିଳା କମିଶନ ଅଧ୍ୟକ୍ଷା ତୁମେ ଇସ୍ତଫା ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଫିସ୍ ଘେରାଉ କରାଯିବା ସହ ତାଙ୍କର ଇସ୍ତଫା ଦାବି କରାଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁକୁ ବିଜେପି ଗଣ  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଛି। ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ତାଙ୍କର ପକ୍ଷପାତପୂର୍ଣ୍ଣ ତଦନ୍ତକୁ […]

6500

6500

Tapas Behera
  • Published: Monday, 28 October 2019
  • Updated: 28 October 2019, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଫିସ୍ ଘେରାଉ କରାଯିବା ସହ ତାଙ୍କର ଇସ୍ତଫା ଦାବି କରାଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁକୁ ବିଜେପି ଗଣ  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଆସୁଛି।
ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ତାଙ୍କର ପକ୍ଷପାତପୂର୍ଣ୍ଣ ତଦନ୍ତକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆଜି ଶହ ଶହ ମହିଳା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି। ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉବେଳେ ଅଧ୍ୟକ୍ଷା ମିନତୀ ବେହେରା ଅଫିସ ମଧ୍ୟରେ ଥିଲେ ମଧ୍ୟ ବାହାରେ ବିକ୍ଷୋଭ କରୁଥିବା ବିଜେପି ମହିଳା ନେତ୍ରୀମାନଙ୍କୁ ଭେଟିବାକୁ ବି ଆସିନଥିଲେ। ରାଜ୍ୟ ବିଜେପି ସଭାନେତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ , ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ। ଏହା ବିଜେଡିର ଏକ ରାଜନୈତିକ ପଦବୀ ନୁହେଁ। ଯାଜପୁରରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି। ମହିଳା କମିଶନ ଅଧ୍ୟକ୍ଷା ଗତ ୧୯ତାରିଖରେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ମୃତ ସ୍ମିତାରାଣୀଙ୍କ ସ୍ୱାମୀ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ବି ସେ ଭେଟିନାହାନ୍ତି। କିନ୍ତୁ ବାସ୍ତବରେ ସେ ସଠିକ ଭାବେ ତଦନ୍ତ କରିନାହାଁନ୍ତି କି ସ୍ମିତାରାଣୀର ପରିବାର ସଦସ୍ୟଙ୍କୁ ଭେଟି ନାହିଁନ୍ତି। ଶାସକ ବିଜେଡର ପ୍ରବକ୍ତା ସାଜି ମହିଳା କମିଶନ ନିଜ ପଦବୀର ମର୍ଯ୍ୟାଦାହାନି କରି ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରୁଛି।

ଯଦି ମହିଳା କମିଶନ ତଦନ୍ତ ନିରପେକ୍ଷ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ତେବେ ସେହି ରିପୋର୍ଟକୁ ସେ ସାର୍ବଜନୀନ କରନ୍ତୁ ଓ ମୃତା ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରୁଛି। ଏଥିସହ ଯାଜପୁର ଏସପି ଯେପରି ଗଣମାଧ୍ୟମ ଆଗରେ ମୃତା ସ୍ମିତାରାଣୀଙ୍କ ଚରିତ୍ର ହନନ କଲେ, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି। ନିଜ ପଦବୀର ମର୍ଯ୍ୟାଦାହାନି କରିଥିବା ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି।

ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଣ୍ଟିିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ନେତ୍ରୀ ଓ କର୍ମୀ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story