ବିବାଦରେ ବରଗଡ଼ ପୁଲିସ ଏସପି, ବଦଳି ଦାବି କଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ବରଗଡ଼ ଜିଲ୍ଲା ପୁଲିସ ଏସପିଙ୍କ ନିରପେକ୍ଷତା ଉପରେ ବିଜେପି ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି ଜଣାଇଛି । ବରଗଡ଼ ପୁଲିସ ଏସପିଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ଶାସକ ବିଜେଡିକୁ ସୁହାଇବା ଭଳି କାର୍ଯ୍ୟ କରୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିବାବେଳେ ବିଜେପି ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ […]

Jayanarayan Mishra

Jayanarayan Mishra

Ordigital Desk
  • Published: Tuesday, 29 November 2022
  • Updated: 29 November 2022, 09:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ବରଗଡ଼ ଜିଲ୍ଲା ପୁଲିସ ଏସପିଙ୍କ ନିରପେକ୍ଷତା ଉପରେ ବିଜେପି ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି ଜଣାଇଛି । ବରଗଡ଼ ପୁଲିସ ଏସପିଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ଶାସକ ବିଜେଡିକୁ ସୁହାଇବା ଭଳି କାର୍ଯ୍ୟ କରୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିବାବେଳେ ବିଜେପି ବିଧାୟକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ ଭେଟି ବରଗଡ଼ ଜିଲ୍ଲା ଏସପିଙ୍କ ବଦଳି ଦାବି କରିଛନ୍ତି ।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ, ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ଼ ଏସପିଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ପୋଲିସ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛି । ଗୋଟିଏ ପଟରେ ବିଜେଡି ନେତା ଓ କର୍ମୀମାନେ ଅଶାନ୍ତି, ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ଜିଲ୍ଲା ପୋଲିସ ସେମାନଙ୍କୁ ସୁହାଇଲା ଭଳି କାମକରୁଛି । ଗତକାଲି ଝାରବନ୍ଧର ଗୋଠୁଗୁଡ଼ା ଗାଁରେ ବିଜେପି କର୍ମୀ ଦିଲ୍ଲୀପ ସେନାପତିଙ୍କୁ ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରଦିପ ଦିଶାରି ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଗଲା, ଅପହରଣର ଚାରି ଘଂଟା ପରେ ତାଙ୍କୁ ଏକ ଅଜଣା ସ୍ଥାନରୁ ପୋଲିସ ଉଦ୍ଧାର କଲା । ତାଙ୍କ ଉପରେ ଆକ୍ରମଣ ଏତେ ଜୋରରେ ହୋଇଛି ଯେ, ତାଙ୍କୁ ଚିକିତ୍ସା ପାଇଁ ରାତାରାତି ରାୟପୁର ସ୍ଥାନାନ୍ତର କରିବାକୁ ପଡ଼ିଛି । ତେବେ ପୁଲିସ କାହିଁକି ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ପ୍ରଦିପ ଦିଶାରିଙ୍କୁ ଗିରଫ କରିନାହିଁ ? ଦିଲିପଙ୍କୁ କେଉଁ ସ୍ଥାନରୁ ପୁଲିସ୍ ଉଦ୍ଧାର କଲା ତାହା ମଧ୍ୟ ଗଣମାଧ୍ୟମ କି ଆମକୁ କହୁନାହିଁ । ବିଜେଡି ବିଧାୟକ ବୋଲି କ’ଣ ତାଙ୍କୁ ପୋଲିସ ଛାଡ଼ିଦେବ କି? ସେହିପରି କେନ୍ଦୁପତ୍ର ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ସୁଖଦୁଃଖରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବହୁତ ଦିନରୁ ରହି ଆସିଛନ୍ତି । ସେମାନେ କେମିତି ବିଜେପିକୁ ଭୋଟ ଦେବେ ନାହିଁ ସେଥିପାଇଁ କେନ୍ଦୁପତ୍ର ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କୁ ଶାସକ ଦଳ କଥାରେ ପୁଲିସ ଧମକାଇବାରେ ଲାଗିପଡ଼ିଛି । ପ୍ରାୟୋଜିତ ଭାବେ ସେମାନଙ୍କ ନାଁରେ ପୁଲିସ ମିଛ ଏଫଆର କରିଛି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ବରଗଡ଼ ଏସପିଙ୍କୁ ତୁରନ୍ତ ବଦଳି କରି ସ୍ୱଚ୍ଛ ଓ ନିରପେକ୍ଷତା ଅବଲମ୍ବନ କରୁଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ବରଗଡ଼ ଜିଲ୍ଲା ଏସପିଙ୍କ ବଦଳି ନେଇ ଡିଜି ପୋଲିସଙ୍କ ଆଗରେ ବିଜେପି ଫେରାଦ ହୋଇଛି । ବରଗଡ଼ ଜିଲ୍ଲା ଏସପି ବିଜେଡି ନେତା ସାଜି ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଏଭଳି ଘୃଣ୍ୟ କାର୍ଯ୍ୟକୁ ବିଜେପି ଦୃଢ଼ ନିନ୍ଦା କରୁଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପଦ୍ମପୁର ଥାନାରେ ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ଅପରାଧମୂଳକ କାର୍ଯ୍ୟରେ ସମ୍ପୃକ୍ତ ବିଜେଡି ଦଳର ବିଭିନ୍ନ ଅପରାଧୀ କାର୍ଯ୍ୟକର୍ତ୍ତାଙ୍କ ନାଁରେ ଚାରି ଚାରିଟି ଏଫଆଇଆର ରୁଜୁ କରାଯାଇଅଛି । ଅଥଚ ଆଜି ପର୍ଯ୍ୟନ୍ତ ପଦ୍ମପୁର ପୋଲିସ ହାତବାନ୍ଧି ବସିଛି ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେହିପରି ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଝାରସୁଗୁଡା ଥାନା ଅଧିକାରୀଙ୍କୁ କାହା ସ୍ୱାର୍ଥରେ ପାଇକମାଲର ଥାନା ଅଧିକାରୀ ରୂପେ ବଦଳି କରି ଅଣାଗଲା । ଏସବୁ ସମ୍ପର୍କରେ ସିଇଓଙ୍କ ପାଖରେ ବାରମ୍ବାର ବିଜେପି ପକ୍ଷରୁ ଫେରାଦ ହେବା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । "ରକ୍ଷକ ଯଦି ଭକ୍ଷକ ସାଜେ’ ବିରୋଧୀ କାହା ପାଖରେ ଗୁହାରୀ କରିବ’ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story