ସାନି ପୌର ନିର୍ବାଚନ ବିଜ୍ଞପ୍ତି ଜାରି ପାଇଁ ଦାବି କଲା ବିଜେପି, ନିର୍ବାଚନ କମିଶନଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବା ଦାବିରେ ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହେବା ସହ ତରବରିଆ ନିର୍ବାଚନ ବିଜ୍ଞପ୍ତି ଜାରି କାହିଁକି କରାଯାଇଛି ବୋଲି ପ୍ରଶ୍ନ କରିଛି । ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂଆ ବିଜ୍ଞପ୍ତି ଜାରି ପାଇଁ ବିଜେପି ଦାବି କରିଛି । ଏହାସହିତ ନିର୍ବାଚନ କମିଶନଙ୍କ ଏଭଳି ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି । ବିଜେପି ପ୍ରତିନିଧି ଦଳ […]

BJP

Ordigital Desk
  • Published: Saturday, 05 February 2022
  • , Updated: 05 February 2022, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବା ଦାବିରେ ବିଜେପି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହେବା ସହ ତରବରିଆ ନିର୍ବାଚନ ବିଜ୍ଞପ୍ତି ଜାରି କାହିଁକି କରାଯାଇଛି ବୋଲି ପ୍ରଶ୍ନ କରିଛି । ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନୂଆ ବିଜ୍ଞପ୍ତି ଜାରି ପାଇଁ ବିଜେପି ଦାବି କରିଛି । ଏହାସହିତ ନିର୍ବାଚନ କମିଶନଙ୍କ ଏଭଳି ଅହେତୁକ ଅନୁକମ୍ପା ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ।

ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ପୌର ନିର୍ବାଚନ ବିଜ୍ଞପ୍ତି ଖାରଜ କରିବାକୁ ଦାବି କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟରେ ପୈାରାଂଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଗତ ୨ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ୱାର୍ଡସ୍ତରୀୟ ଇଲେକ୍ଟ୍ରୋରାଲ ତାଲିକା ପ୍ରସ୍ତୁତି କରାଯାଇ ଭୂବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାକି ‘ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ-୨୦୦୩\'କୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି । ତେଣୁ ସାଧାରଣ ଭୋଟରଙ୍କ ମୈାଳିକ ଅଧିକାର ଓ ସ୍ୱାର୍ଥ ଦୃଷ୍ଟିରୁ ତରବରିଆ ଭାବେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରୀ କରିବାକୁ ବିଜେପି ଦାବି କରିଛି ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖ ଦିନ ପ୍ରକାଶ ପାଇବ ଏବଂ କୈାଣସି ଅଭିଯୋଗ ୧୧ ରୁ ୧୬ ତାରିଖ (୬ ଦିନ) ଭିତରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇପାରିବ । ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ଅନ୍ତର୍ଭୁକ୍ତ । ଅଭିଯୋଗ ଶୁଣାଣୀ ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିଶନ ୬ ଦିନ ସମୟ ଦେଇଛନ୍ତି । ସେହିପରି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ (୧୮/୦୨/୨୦୨୨) ସମୟ ରଖାଯାଇଛି ।

ରାଜ୍ୟର ଅନ୍ୟ ପୈାରାଂଚଳ ନିର୍ବାଚନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବି ଓ ଆପତିର ଶୁଣାଣି ପାଇଁ ୭ ଦିନର ସମୟ ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି । ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବା ଆଦୈା ସମ୍ଭବ ନୁହେଁ ବୋଲି ବିଜେପି କହିଛି । ଏହାସହିତ ପ୍ରଚଳିତ ଆଇନକୁ ଖିଲାପ କରି ତରବରିଆ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କଣ ? ନିର୍ବାଚନ କମିଶନ ଏଭଳି ଅହେତୁକ ଅନୁକଂପା ପ୍ରଦର୍ଶନ କରିବା ପଛରେ ରହସ୍ୟ କଣ ? ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କି ବୋଲି ନିର୍ବାଚନ କମିଶନଙ୍କୁ ବିଜେପି ପ୍ରଶ୍ନ କରିଛି ।

ଏହି ପ୍ରତିନିଧି ଦଳରେ ବିଜେପି ନେତା ଗୋଲକ ମହାପାତ୍ର, ଉର୍ମିଳା ମହାପାତ୍ର, ଜଗନ୍ନାଥ ପ୍ରଧାନ, ଜୟନ୍ତ ଜେନା, ସୁଜିତ କୁମାର ଦାସ ଓ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ ।

Related story