‘ନାବାଳକକୁ ସାବାଳକ ଦର୍ଶାଉଥିଲେ, ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ SIT ମୁଖିଆ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। SITର ଉଦ୍ଦେଶ୍ୟ ଓ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। କାହିଁକି SIT ଜଣେ ନାବାଳକକୁ ସାବାଳକ ଦେଖାଇବାକୁ ଚେଷ୍ଟା କରୁଥିଲା। ମାଟ୍ରିକ ପାସ୍ ସାର୍ଟିଫିକେଟର ଜନ୍ମ ପ୍ରମାଣ ସତ୍ତ୍ୱେ ଦର୍ଶାଇଥିବା କାରଣ ସମ୍ପୂର୍ଣ୍ଣ […]

arun-bothra

arun-bothra

Niharika Rout
  • Published: Wednesday, 06 January 2021
  • Updated: 06 January 2021, 02:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ SIT ମୁଖିଆ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ।

SITର ଉଦ୍ଦେଶ୍ୟ ଓ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। କାହିଁକି SIT ଜଣେ ନାବାଳକକୁ ସାବାଳକ ଦେଖାଇବାକୁ ଚେଷ୍ଟା କରୁଥିଲା। ମାଟ୍ରିକ ପାସ୍ ସାର୍ଟିଫିକେଟର ଜନ୍ମ ପ୍ରମାଣ ସତ୍ତ୍ୱେ ଦର୍ଶାଇଥିବା କାରଣ ସମ୍ପୂର୍ଣ୍ଣ ବେଆଇନ। ଅରୁଣ ବୋଥ୍ରାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ ବୋଲି ମଧ୍ୟ ଦାବି କରିଛନ୍ତି ପ୍ରଦୀପ୍ତ ।

ଏହାବ୍ୟତୀତ ସେ କହିଛନ୍ତି,  ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡିକୁ ରକ୍ଷା କରିବା ପାଇଁ ଏପରି ଉଦ୍ୟମ ହେଉଛି । ସମ୍ପୃକ୍ତ ନାବାଳକଙ୍କ ହାଡ ଓସିଫିକେସନ ପରୀକ୍ଷା ପାଇଁ ବୋଥ୍ରାଙ୍କୁ କିଏ ଅନୁମତି ଦେଲା? ବିନା ପ୍ରମାଣରେ ଜଣେ ଦଳିତ ନାବାଳକକୁ ଫସାଇ ଦିଆଯାଇଛି। ଅଙ୍ଗ ତସ୍କରୀକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ କହୁଛି SIT।  SIT ତଦନ୍ତକୁ ପରୀର ବାପା ମା’ ବିଶ୍ୱାସ କରୁନାହାନ୍ତି। ସାଧାରଣ ଲୋକଙ୍କ ଭିତରେ SIT ପ୍ରତି ବିଶ୍ୱସନୀୟତା  ନାହିଁ। ଘଟଣାର ସଠିକ ତଦନ୍ତ ପାଇଁ CBIକୁ  ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ୍ତ।

ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ । ଏହାପରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ତାଙ୍କୁ ଅନୁଗୁଳସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।  ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି।

ଅଭିଯୁକ୍ତ ନାବାଳକ ହୋଇଥିବାରୁ  SITର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କଲେ କୋର୍ଟ।  ଆସନ୍ତା ୮ ତାରିଖରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ ।

ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story