ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷ ଓ ଚାଷୀ ସମସ୍ୟା ତଥା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନତିର ତଦନ୍ତ ଦାବି ସମେତ ୧୨ ଦଫା ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା କୃଷ୍ଣ ଜଗଦେବ, ଶ୍ରୀରଞ୍ଜନ ମଙ୍ଗରାଜ, ବିଜୟଲକ୍ଷ୍ମୀ ମହାପାତ୍ର, ରଶ୍ମିରଞ୍ଜନ ମହାପାତ୍ର, କାଳୁ ଖଣ୍ଡାୟତରାୟ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ।