ବାତ୍ୟା ମୁକାବିଲା: କମିଟି ଗଢ଼ିଲା ଓ ହେଲପଲାଇନ୍‌ ନମ୍ବର ଜାରି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ର ମୁକାବିଲା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଓଡ଼ିଶା ସମେତ ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ରାଜ୍ୟର ଦଳୀୟ ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ବିଜେପି ପକ୍ଷରୁ ୪ ଜଣିଆ କମିଟି ଗଠନ ହୋଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ୩ଜଣ ଏଥିରେ ସଦସ୍ୟ ଅଛନ୍ତି। ଜିଲ୍ଲା ଓ ମଣ୍ଡଳସ୍ତରରେ ଅନୁରୂପ କମିଟି ଗଠନ କରାଯିବା […]

baijayant-panda

Manoranjan Sial
  • Published: Tuesday, 19 May 2020
  • , Updated: 19 May 2020, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ର ମୁକାବିଲା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ଓଡ଼ିଶା ସମେତ ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ରାଜ୍ୟର ଦଳୀୟ ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ବିଜେପି ପକ୍ଷରୁ ୪ ଜଣିଆ କମିଟି ଗଠନ ହୋଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ୩ଜଣ ଏଥିରେ ସଦସ୍ୟ ଅଛନ୍ତି। ଜିଲ୍ଲା ଓ ମଣ୍ଡଳସ୍ତରରେ ଅନୁରୂପ କମିଟି ଗଠନ କରାଯିବା ସହ ଦଳ ପକ୍ଷରୁ ଏକ ହେଲପଲାଇନ୍ ନମ୍ବର ମଧ୍ୟ ଜାରି ହୋଇଛି।

ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ‘ଅମ୍ଫାନ’ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟର ଦଳୀୟ ସଭାପତିମାନଙ୍କୁ ଜିଲ୍ଲା ଓ ମଣ୍ଡଳସ୍ତରରେ କମିଟି ଗଠନ କରି ବାତ୍ୟା ପୂର୍ବରୁ ଏବଂ ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ ଓ ଅନ୍ୟ ପ୍ରଭାବିତ ଜିଲ୍ଲାର ପ୍ରମୁଖ କର୍ମୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି କନଫରେନ୍ସିଂରେ ବାତ୍ୟାକୁ ସଠିକ୍ ଭାବେ ମୁକାବିଲା କରିବା ତଥା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ କାର୍ଯ୍ୟକର୍ତ୍ତାମାନେ କାମ କରିବାକୁ ଆହ୍ୱାନ କରାଯାଇଥିଲା।

ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ବିଜେପିର ୪ ଜଣିଆ କମିଟି ଗଠନ ହୋଇଛି। ଏହି ୪ ଜଣିଆ କମିଟିରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତ ଅଛନ୍ତି। ପ୍ରଭାବିତ ଜିଲ୍ଲା ଓ ମଣ୍ଡଳମାନଙ୍କରେ ମଧ୍ୟ କମିଟି ଗଠନ କରାଯାଉଛି। ଏହାସହ ଦଳ ତରଫରୁ ଏକ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୯୦୮୬୦ ମଧ୍ୟ ଦଳ ତରଫରୁ ଜାରି କରାଯାଇଛି ।

ସେହିପରି ସମସ୍ତଙ୍କ ସହ ଆଲୋଚନା ଓ ପରାମର୍ଶ ପରେ ଅମ୍ପନ ବାତ୍ୟାର ମୁକାବିଲା ତଥା ସାଧାରଣ ଲୋକଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଇବା ପାଇଁ ପ୍ରଶାସନ କାମରେ ବିଜେପି ସାହାଯ୍ୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ଏକ ଜନସଂଗଠନ ଭାବରେ ଓଡିଶାରେ ରାଜ୍ୟ ସ୍ତରରୁ ଗାଁ ପର୍ଯ୍ୟନ୍ତ ବିପତ୍ତିରେ ଥିବା ଲୋକମାନଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ପ୍ରସ୍ତୁତ କରିଛି। ରାଜ୍ୟରେ କାମ କରୁଥିବା ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନ ଲୋକମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରୁଛନ୍ତି। ସୁରକ୍ଷା ଏଜେନ୍ସିଂ ଏବଂ ପ୍ରଶାସନ ସହ ବିଜେପିର କର୍ମୀମାନେ ଜନସେବାରେ ଉପଯୁକ୍ତ ଓ ସମନ୍ୱୟ ସହିତ କାମ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରସ୍ତାବ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

ବାତ୍ୟା ପୂର୍ବବର୍ତ୍ତୀ ଓ ବାତ୍ୟାର ପରେ ପରେ ତୁରନ୍ତ ଉଦ୍ଧାର କାମ ସହ ସମସ୍ୟାରେ ଥିବା ଲୋକମାନଙ୍କୁ ବା ଖାଦ୍ୟ ଓ ଚିକିତ୍ସା ଇତ୍ୟାଦି କାମରେ ସହଯୋଗ କରିବା ପାଇଁ ଦଳର କର୍ମୀମାନଙ୍କୁ ପ୍ରସ୍ତୁତ ରଖାଯାଇଛି। ଦଳର ଏହି ଉଦ୍ୟମରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ସହଯୋଗ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି।

Related story