୧୧ ରାଉଣ୍ଡ ଗଣତି ଶେଷ: ବିଜେପିକୁ ୪୯,୭୯୪ ଓ ବିଜେଡିକୁ ୪୪,୪୮୪ ଭୋଟ୍‌

ଭଦ୍ରକ (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୧୧ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୫୩୧୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୪୯,୭୯୪ ଖଣ୍ଡ ଭୋଟ୍ ପାଇଥିବା ବେଳେ […]

Dhamnagar

  • Published: Sunday, 06 November 2022
  • , Updated: 06 November 2022, 02:42 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୧୧ ରାଉଣ୍ଡ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୫୩୧୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୪୯,୭୯୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୪୪,୪୮୪ ଖଣ୍ଡ ଭୋଟ୍ ପାଇଛନ୍ତି।

ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୬୩୧୯ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୨୦୪୬ ଖଣ୍ଡ ଭୋଟ୍ ପାଇଛନ୍ତି।

ପ୍ରଥମ ରାଉଣ୍ଡରୁ ସୂରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି। ପ୍ରଥମ ରାଉଣ୍ଡରେ ୭୭୯, ଦ୍ୱିତୀୟ ରାଉଣ୍ଡରେ ୧୩୭୯, ତୃତୀୟ ରାଉଣ୍ଡରେ ୨୦୩୩, ଚତୁର୍ଥ ରାଉଣ୍ଡରେ ୩୨୬୧, ପଞ୍ଚମ ରାଉଣ୍ଡରେ ୩୫୭୨, ଷଷ୍ଠ ରାଉଣ୍ଡରେ ୪୩୯୨, ସପ୍ତମ ରାଉଣ୍ଡରେ ୫୨୦୦, ନବମ ରାଉଣ୍ଡରେ ୫୨୬୫ ଓ ଦଶମ ରାଉଣ୍ଡରେ ୪୮୪୫ ଖଣ୍ଡ ଭୋଟ୍‌ରେ ଆଗରେ ରହିଥିଲେ ସୂର୍ଯ୍ୟବଂଶୀ।

Related story