ବିଜେପି ଯୁବମୋର୍ଚ୍ଚା ସଂଯୋଜକଙ୍କୁ ମାରପିଟ କରିବା ଅଭିଯୋଗକୁ ବିଧାୟିକା ରାଧାରାଣୀଙ୍କ ଖଣ୍ଡନ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରଠାରେ ଗତ ୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ସୁଜିତ ସିଂଙ୍କୁ ମାରପିଟ ଓ ଅପହରଣ ଘଟଣାକୁ ନେଇ ସ୍ଥାନୀୟ ବିଧାୟିକା ରାଧାରାଣୀ ପଣ୍ଡା ମୁହଁ ଖୋଲିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି ଯେ, ସୁଜିତଙ୍କୁ ସେ ମାରପିଟ କି ଅପହରଣ କରିନାହାନ୍ତି । ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି । ଏପରି କି ନିଜେ ସୁଜିତ ତାଙ୍କୁ ହତ୍ୟା ଧମକ ଦେଉଛନ୍ତି ବୋଲି ବିଧାୟିକା ପଣ୍ଡା […]

dadharani panda

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 11:46 AM IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରଠାରେ ଗତ ୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ସୁଜିତ ସିଂଙ୍କୁ ମାରପିଟ ଓ ଅପହରଣ ଘଟଣାକୁ ନେଇ ସ୍ଥାନୀୟ ବିଧାୟିକା ରାଧାରାଣୀ ପଣ୍ଡା ମୁହଁ ଖୋଲିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି ଯେ, ସୁଜିତଙ୍କୁ ସେ ମାରପିଟ କି ଅପହରଣ କରିନାହାନ୍ତି । ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି । ଏପରି କି ନିଜେ ସୁଜିତ ତାଙ୍କୁ ହତ୍ୟା ଧମକ ଦେଉଛନ୍ତି ବୋଲି ବିଧାୟିକା ପଣ୍ଡା ପଲଟା ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଧାୟିକା ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ବିଧାୟିକା ଗୁରୁବାର ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ସୁଜିତ ବିଜେପିର ଜଣେ କର୍ମକର୍ତ୍ତା ହୋଇଥିବାରୁ ଏହି ଘଟଣାର ବିବରଣୀ ବିଜେପିର ରାଜ୍ୟସ୍ତରୟ ବରିଷ୍ଠ କର୍ମକର୍ତ୍ତାଙ୍କୁ ଲିଖିତ ଜଣାଇ ଥିବା ବିଧାୟିକା କହିଛନ୍ତି ।

Related story