ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଆୟୋଜିତ ସମାବେଶକୁ ରାଜ୍ୟ ସରକାର ଭଣ୍ଡୁର କରିବା ଅଭିଯୋଗରେ ଆଜି ରାଜ୍ୟ ବିଜେପି କୃଷକ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ପୋଲିସ ଗିରଫ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି କୃଷକ ମୋର୍ଚ୍ଚା ସଦସ୍ୟମାନେ କଳାବ୍ୟାଜ୍‌ ପିନ୍ଧି ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ରାଲିରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ନବୀନ ବାବୁ ପୋଲିସକୁ ବାଧ୍ୟ କରି ଗୁଣ୍ଡା ପରି ଚାଷୀଙ୍କ […]

chasi

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 06:10 PM IST

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଆୟୋଜିତ ସମାବେଶକୁ ରାଜ୍ୟ ସରକାର ଭଣ୍ଡୁର କରିବା ଅଭିଯୋଗରେ ଆଜି ରାଜ୍ୟ ବିଜେପି କୃଷକ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ପୋଲିସ ଗିରଫ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି କୃଷକ ମୋର୍ଚ୍ଚା ସଦସ୍ୟମାନେ କଳାବ୍ୟାଜ୍‌ ପିନ୍ଧି ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ରାଲିରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ।

ନବୀନ ବାବୁ ପୋଲିସକୁ ବାଧ୍ୟ କରି ଗୁଣ୍ଡା ପରି ଚାଷୀଙ୍କ ସମାବେଶକୁ ଭଣ୍ଡୁର କରିଦେଲେ। ଚାଷୀଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।

Related story