ବିଜେପି ନେତାଙ୍କୁ ସିବିଆଇ ଜେରା

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ସିମୁଳିଆ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶଶି କୁମାର ସାହୁଙ୍କୁ ଜେରା କରିଛି। ଜମି କାରବାର ଓ ଅର୍ଥ କାରବାର ସମ୍ପର୍କରେ ସିବିଆଇ ଶଶିଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ  ଅଧିକ ସମୟ ଧରି ଜେରା କରିଛି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂହଙ୍କ ସହିତ ଦୁଇଟି ପ୍ରୋଜେକ୍ଟରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିବା ଶଶି ସିବିଆଇକୁ କହିଛନ୍ତି। ତାହା ସହିତ […]

bjp-leader

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 10:24 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ସିମୁଳିଆ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶଶି କୁମାର ସାହୁଙ୍କୁ ଜେରା କରିଛି। ଜମି କାରବାର ଓ ଅର୍ଥ କାରବାର ସମ୍ପର୍କରେ ସିବିଆଇ ଶଶିଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ  ଅଧିକ ସମୟ ଧରି ଜେରା କରିଛି।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂହଙ୍କ ସହିତ ଦୁଇଟି ପ୍ରୋଜେକ୍ଟରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିବା ଶଶି ସିବିଆଇକୁ କହିଛନ୍ତି। ତାହା ସହିତ ହୋଟେଲ ସୋଲାନ୍‌ ଇନ୍‌ ମାଲିକଙ୍କ ସହିତ ପ୍ରାୟ ୪୫ ଲକ୍ଷ ଟଙ୍କାର ଜମିବାଡ଼ି ବିକ୍ରିବଟା ହୋଇଥିବା ସେ କହିଛନ୍ତି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ସିବିଆଇର ସବୁ ପ୍ରକାର ତଦନ୍ତକୁ ବିଜେପି ସହଯୋଗ କରିବ। ଯିଏ ଦୋଷୀ ସେ ଦଣ୍ଡ ପାଆନ୍ତୁ, ଏଥିରେ କୌଣସି ପାତରଅନ୍ତର କରା ନ ଯାଉ।”

Related story