ଅଯୋଗ୍ୟ ଅଫିସରଙ୍କୁ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି: ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏବଂ ଭୁବନେଶ୍ବରରେ କରୋନା ଅବସ୍ଥା ଭୟଙ୍କର ସ୍ଥିତିରେ ରହିଛି । ଗତ ୮ରୁ ୧୦ ଦିନ ହେବ ସ୍ଥିତି ସଂଗୀନ ହେଉଥିଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଲା ଭଳି ମନେ ହେଉନି । ଟ୍ୱିନସିଟିରେ ଯେଉଁମାନେ ହସ୍ପିଟାଲ୍ ପରିଚାଳନା କରୁଛନ୍ତି ସେଠି ବେଡ୍ କୁ ଗୁରୁତ୍ତ୍ୱ ଦିଆଯାଉନି । ସମାଧାନ ନକରି ପୋଲିସ ଡିଜିଙ୍କୁ କହୁଛନ୍ତି ଅମାନିଆଙ୍କୁ ସାବାଡ୍ କରନ୍ତୁ । ଏହି ସମୟରେ ପୋଲିସ ଭଲ କାମ କରୁଛି, ଥାନାରେ […]

bijay-1-1

bijay-1-1

Tapas Behera
  • Published: Thursday, 17 September 2020
  • Updated: 17 September 2020, 04:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏବଂ ଭୁବନେଶ୍ବରରେ କରୋନା ଅବସ୍ଥା ଭୟଙ୍କର ସ୍ଥିତିରେ ରହିଛି । ଗତ ୮ରୁ ୧୦ ଦିନ ହେବ ସ୍ଥିତି ସଂଗୀନ ହେଉଥିଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଲା ଭଳି ମନେ ହେଉନି । ଟ୍ୱିନସିଟିରେ ଯେଉଁମାନେ ହସ୍ପିଟାଲ୍ ପରିଚାଳନା କରୁଛନ୍ତି ସେଠି ବେଡ୍ କୁ ଗୁରୁତ୍ତ୍ୱ ଦିଆଯାଉନି । ସମାଧାନ ନକରି ପୋଲିସ ଡିଜିଙ୍କୁ କହୁଛନ୍ତି ଅମାନିଆଙ୍କୁ ସାବାଡ୍ କରନ୍ତୁ । ଏହି ସମୟରେ ପୋଲିସ ଭଲ କାମ କରୁଛି, ଥାନାରେ ପୋଲିସ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

କେହି ମୃତ୍ୟୁ ବରଣ କଲେଣି । କେତେକ ଅଯୋଗ୍ୟ ଅଫିସରଙ୍କ ଦାୟିତ୍ୱ ଦିଆଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । କେବଳ ଏତିକି ନୁହେଁ କରୋନା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଭୁଲ୍ ତଥ୍ୟ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ସଂଗରୋଧରେ ଥିବା ଲୋକଙ୍କ ଲାଗି ବ୍ୟବସ୍ଥା ଗ୍ରହଣ କରାଯାଉ । ଟ୍ୱିନସିଟିରେ ଆହୁରି ୧୦୦୦ ବେଡ୍ ପ୍ରସ୍ତୁତ ରଖିବାକୁ ସେ ଦାବି କରିଛନ୍ତି । ସେପଟେ ବିଜେଡି ଏ ନେଇ ପ୍ରତିକ୍ରିୟା ରଖିଛି ଏସମୟ ରାଜନୀତିକରଣ କରିବା ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos