Advertisment

ସଙ୍କଟ ଜନକ ସ୍ଥିତିରେ ମହାନଦୀ; ସରକାରଙ୍କ ଉପରେ ବର୍ଷିଲେ ବିଜୟ

୪ ଦିନ ତଳେ ହୀରାକୁଦର ଜଳସ୍ତର ୬୧୭.୧୫ ଫୁଟ୍ ଥିଲା। ଆଉ ଆଜି ଜଳସ୍ତର ୬୧୬. ୬୯ ଫୁଟ୍ ରହିଛି। କିନ୍ତୁ ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍‌ ଥିଲା। ଆଉ ଯଦି ଏହି ହାରରେ ଜଳ ସ୍ତର କମେ ମେ’ ଶେଷ ଆଡକୁ ଜଳସ୍ତର ୬୦୦ ଫୁଟ୍‌କୁ ଖସି ଆସିବ।

undefined

Mahanadi River

Advertisment

ସଙ୍କଟ ଜନକ ସ୍ଥିତିରେ ମହାନଦୀ। ହୀରାକୁଦ ଇତିହାସରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଜଳସ୍ତର ରେକର୍ଡ କରାଯାଇଛି। ଏମିତି ସ୍ଥିତି ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ବିରୋଧୀ।

Advertisment

ତଥ୍ୟ ରଖି ଶ୍ରୀ ମହାପାତ୍ର କହିଛନ୍ତି, ୪ ଦିନ ତଳେ ହୀରାକୁଦର ଜଳସ୍ତର ୬୧୭.୧୫ ଫୁଟ୍ ଥିଲା। ଆଉ ଆଜି ଜଳସ୍ତର ୬୧୬. ୬୯ ଫୁଟ୍ ରହିଛି। କିନ୍ତୁ ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍‌ ଥିଲା। ଆଉ ଯଦି ଏହି ହାରରେ ଜଳ ସ୍ତର କମେ ମେ’ ଶେଷ ଆଡକୁ ଜଳସ୍ତର ୬୦୦ ଫୁଟ୍‌କୁ ଖସି ଆସିବ। ସେମିତି ସ୍ଥିତି ହେଲେ ପାନୀୟ ଜଳ ସହ ଚାଷ ପାଇଁ ପାଣିର ଉତ୍କଟ ସମସ୍ୟା ଦେଖାଯିବ। ଜଳ ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ଠପ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର। ଏହା ସହ ସେ ପ୍ରଶ୍ନ ଉଠାଇଛନ୍ତି, ଡିସେମ୍ବରରୁ ଏମିତି ସ୍ଥିତିର ଖବର ଥାଇ ମଧ୍ୟ କାହିଁକି ସରକାର କୌଣସି ପଦକ୍ଷେପ ନେଲେ ନାହିଁ? ସେହିପରି ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଟ୍ରିବ୍ୟୁନାଲ୍‌କୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଦିଲ୍ଲୀରେ ମାମଲାର ଶୁଣାଣି ହୋଇଛି। ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍‌ ଟିମ୍। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୭ରୁ ୨୧ ଓ ଦ୍ୱିତୀୟ ର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏଁ ପରିଦର୍ଶନ କରିବେ। ଛତିଶଗଡ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି। ମେ’ ମାସ ସୁଦ୍ଧା ଏହି ଗସ୍ତ ସାରିବାକୁ ନିର୍ଦ୍ଦେଶ ରହିଛି।

Advertisment

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୋସନ ଆଣିବା ପରେ ରୁଲିଂ ଦେଇଥିଲେ ବାଚସ୍ପତି। ଏବେ ଦେଖିବାର କଥା ଏ ସଂପର୍କରେ ଗୃହରେ କଣ ଉତ୍ତର ଦେଉଛନ୍ତି ଜଳ ସଂପଦ ମନ୍ତ୍ରୀ।

Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe