‘ବିଜେଡିରେ ମାମୁ-ଭଣଜା ଯୋଡ଼ି; ଡିନାମାଇଟ୍ ଲଗାଇ ଭାଙ୍ଗିଲେ ନଦୀ ବନ୍ଧ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଭାରତରେ ମାମୁ ଭଣଜା ଯୋଡ଼ି ବିରାଟ ଯୁଦ୍ଧ କରିଥିଲେ। ଆଜିକା ଦିନରେ ବିଜୁ ଜନତା ଦଳରେ ଅଛନ୍ତି ଆଉ ଗୋଟିଏ ମାମୁ ଭଣଜା ଯୋଡ଼ି। ଯିଏକି ଡିନାମାଇଟ୍ ଲଗାଇ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କର ଜୀବନକୁ ସଙ୍କଟାପନ୍ନ କରିଛନ୍ତି। ଏପରି ମାମୁ-ଭଣଜା ଯୋଡ଼ି ହେଉଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁ ଜେଇ ନରେନ ଜେନା। ଡିନାମାଇଟ୍ ବିସ୍ଫୋରଣ ଯୋଗୁଁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କେଲୁଅ ନଦୀ କୂଳରେ […]

lekha-1

lekha-1

Niharika Rout
  • Published: Monday, 31 August 2020
  • Updated: 31 August 2020, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଭାରତରେ ମାମୁ ଭଣଜା ଯୋଡ଼ି ବିରାଟ ଯୁଦ୍ଧ କରିଥିଲେ। ଆଜିକା ଦିନରେ ବିଜୁ ଜନତା ଦଳରେ ଅଛନ୍ତି ଆଉ ଗୋଟିଏ ମାମୁ ଭଣଜା ଯୋଡ଼ି। ଯିଏକି ଡିନାମାଇଟ୍ ଲଗାଇ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କର ଜୀବନକୁ ସଙ୍କଟାପନ୍ନ କରିଛନ୍ତି। ଏପରି ମାମୁ-ଭଣଜା ଯୋଡ଼ି ହେଉଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁ ଜେଇ ନରେନ ଜେନା।

ଡିନାମାଇଟ୍ ବିସ୍ଫୋରଣ ଯୋଗୁଁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କେଲୁଅ ନଦୀ କୂଳରେ ଥିବା ରମାପୁର ଓ ବୃଦ୍ଧଲିଙ୍ଗ ଗାଁ ମଝି ନଦୀ ବନ୍ଧରେ ସୃଷ୍ଟି ହୋଇଛି ୩୦୦ ଫୁଟ୍‌ର କୁତ୍ରିମ ଘାଇ ।  ଦୁଇ ଦିନ ତଳେ ରାତି ଅଧିଆ ଦୁର୍ବୃତ୍ତମାନେ ଡିନାମାଇଟ୍ ଲଗାଇ ଏପରି କରିଥିବା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ।

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରବଳ ବର୍ଷିଛନ୍ତି ଲେଖାଶ୍ରୀ। ଲେଖାଶ୍ରୀ କରିଥିବା ଅଭିଯୋଗ ଅନୁଯାୟୀ, ଏହି ଘାଇ ମଣିଷକୃତ ବୋଲି ସ୍ଥାନୀୟ ଜିଲ୍ଲାପାଳ ଏବଂ ରାଜ୍ୟର ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱୀକାର କରିଛନ୍ତି। ଏଥିସହ ସେଠାକାର ଜେଇ ନରେନ୍‌ ଜେନା ହେଉଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିଜ ମାମୁ। ଆଉ ନରେନ ଜେନା ଦୀର୍ଘ ୨୦ ବର୍ଷ  ହେବ ସେହି ଡିଭିଜନ୍‌ରେ କାମ କରୁଛନ୍ତି। ନା ତାଙ୍କର ବଦଳି ହେଉଛି। ନା ତାଙ୍କର ପଦୋନ୍ନତି ନା ତାଙ୍କର ଡିମୋସନ୍ ହେଉଛି।

ଘାଇ ହୋଇଥିବା ରାସ୍ତାକୁ ବର୍ଷେ ତଳେ ୨୪. ୪୨ କୋଟି ଟଙ୍କା ବ୍ୟୟ କରାଯାଇ ଆଧୁନିକୀକରଣ କରାଯାଇଥିଲା। ହେଲେ ରାତି ଅଧିଆ ଡିନାମାଇଟ୍ ଲଗାଇ କେଉଁମାନେ ଭାଙ୍ଗିଛନ୍ତି, ତାହାର ଷଡ଼ଯନ୍ତ୍ର ସ୍ପଷ୍ଟ ବାରି ହେଉଛି। ଡିନାମାଇଟ୍ ବିସ୍ଫୋରଣ ଯୋଗୁଁ ବନ୍ଧ ଭାଙ୍ଗିଥିଲେ ବି ପ୍ରକୃତ ଦୋଷୀଙ୍କୁ ଏଯାଏ ଗିରଫ କରାଯାଇନଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ଏହି ନଦୀ ବନ୍ଧ ଭାଙ୍ଗିବା ଯୋଗୁଁ ୫ ହଜାର ପରିବାର ପାଣିରେ ଉବୁଟୁବୁ ହେଉଛନ୍ତି ।

ଲେଖାଶ୍ରୀ ଆହୁରି କହିଛନ୍ତି, କେଲୁଅ ନଦୀରେ ଆସିଥିବା ବନ୍ୟା ବନ୍ଧ ଭାଙ୍ଗିବା ପରି ଫୁଲି ନ ଥିଲା। ତାହାକୁ ଡିନାମାଇଟ ଲଗାଇ ରାତି ଅଧରେ ଭଙ୍ଗା ଯାଇଛି। ଯେଉଁମାନେ ବର୍ଷେ ତଳେ ୨୪. ୪୨ କୋଟି ଟଙ୍କା ଖର୍ଚ୍ଚ ରାସ୍ତା ନିର୍ମାଣ କରିଥିଲେ, ପୁଣି ଥରେ ଟଙ୍କା ଲୋଭରେ ରାସ୍ତା ତିଆରି କରିବେ ବୋଲି ତାହାକୁ ଭାଙ୍ଗିଛନ୍ତି। ଯେଉଁମାନେ ପାହାଡ଼ ଫଟାଉଛନ୍ତି, ସେମାନଙ୍କ ନିକଟରେ ହିଁ ଏହା ମହଜୁଦ ରହିଛି। ଡଙ୍କାରୀ ପାହାଡ଼କୁ ବେଆଇନ ଭାବେ ଡିନାମାଇଟରେ ବିସ୍ଫୋରଣ କରି ଯେଉଁମାନେ ଖଣିଜ ପଦାର୍ଥ ଉତ୍ତୋଳନ କରୁଛନ୍ତି ସେମାନେ ହିଁ ଡିନାମାଇଟ୍ ଲଗାଇ ଏହି ବନ୍ଧ ଭାଙ୍ଗିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବାର ଥିବାରୁ ସେ ଏହି ଅଞ୍ଚଳ ମଧ୍ୟ ପରିଦର୍ଶନ କରନ୍ତୁ ବୋଲି ଦାବି କରିଛନ୍ତି ଲେଖାଶ୍ରୀ । ତା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାରେ ପ୍ରଣବଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ଏହି ଘଟଣାରେ ଏତଲା ଦିଆଯାଇଛି ଏବଂ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos