ଉଷୁନା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରୁ ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର ସରକାର।” ଆଜି ଏପରି ଅଭିଯୋଗ ଆଣି ବିଜେପିକୁ ଘେରିଛି ବିଜେଡି। ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। କହିଛନ୍ତି- ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଉଷୁନା […]

bjp

bjp

Manoranjan Sial
  • Published: Monday, 18 January 2021
  • Updated: 18 January 2021, 04:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟରୁ ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର ସରକାର।” ଆଜି ଏପରି ଅଭିଯୋଗ ଆଣି ବିଜେପିକୁ ଘେରିଛି ବିଜେଡି। ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। କହିଛନ୍ତି- ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି।

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ ନେବ ବୋଲି କେନ୍ଦ୍ର କହୁଛି। ଏଯାଏ ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି। ଚଳିତବର୍ଷ ମୋଟ୍‌ ୮୨ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣାଯିବା ଲକ୍ଷ୍ୟ ରହିଛି। ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି। ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି। କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ। ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି କହିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନି ଛୁରିଆ।

ବିଜେଡିର ଏହି ଆରୋପର ଉତ୍ତର ଦେଇନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଧାନ କିଣାକୁ ନେଇ ବିଜେଡି ଆଜି କରିଥିବା ସାମ୍ୱାଦିକ ସମ୍ମିଳନୀରେ ୩ ବିଜେଡି ନେତା ୩ ପ୍ରକାର କଥା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାଷୀଙ୍କ କଥା କହୁଥିବା ବିଜେଡି ନେତାମାନେ ଧାନ କିଣିବା ବିଷୟରେ ନକହି ଚାଉଳ ସମ୍ପର୍କରେ କହିଲେ। ତେବେ ଏଠି କହିରଖେ ଚାଷୀ ଚାଉଳ ବିକେନାହିଁ, ଧାନ ବିକେ। ଆଉ ଚାଉଳ ବିକ୍ରିକରେ ମିଲର। ଏଥିରୁ ଜଣାପଡ଼ୁଛି ବିଜେଡି ନେତା ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରିବାକୁ ଆସିଥିଲେ।”

ସେ ଆହୁରି କହିଛନ୍ତି-“ଓଡ଼ିଶାରେ ଚାଷୀଙ୍କର ବହୁ ସମସ୍ୟା ରହିଛି। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱି’ଗୁଣିତ କରିବା ଓ ଧାନ କିଣିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପଇସା ଦେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ଅଧିକରୁ ଅଧିକ ମଣ୍ଡି ଖୋଲି ପାରିଲେ ନାହିଁ। ଡିସେମ୍ୱର ୧ରେ ମଣ୍ଡି ଖୋଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ରାଜ୍ୟରେ କେଉଁଦିନ ମଣ୍ଡି ଖୋଲିଲା ଓ ବନ୍ଦ ହେଲା, ତା’ ସମ୍ପର୍କରେ ଖୋଦ ଚାଷୀ ଜାଣିପାରିଲା ନାହିଁ। ଏପରି ସ୍ଥିତିରେ ଏମାନେ ଆଜି କେନ୍ଦ୍ର ଅବହେଳା କଥା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos