ନାବାଳିକା ଦୁଷ୍କର୍ମ ମାମଲା: ଧର୍ମଶାଳା ପୁଲିସ ଅଧିକାରୀଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ମାମଲାରେ ଧର୍ମଶାଳା ଥାନା ପୁଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ରାଜ୍ୟରେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲାରେ ପୁଲିସର ସମ୍ପୃକ୍ତି ଅଭିଯୋଗ ଆସିବାକୁ ନେଇ ବିଜେପି ଉଦବେଗ ପ୍ରକାଶ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଯାଜପୁର ଜିଲ୍ଲା ଧର୍ମଶାଳାର […]

lekhasri-SAMANTSINHAR-FINAL

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମ ମାମଲାରେ ଧର୍ମଶାଳା ଥାନା ପୁଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ରାଜ୍ୟରେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲାରେ ପୁଲିସର ସମ୍ପୃକ୍ତି ଅଭିଯୋଗ ଆସିବାକୁ ନେଇ ବିଜେପି ଉଦବେଗ ପ୍ରକାଶ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଯାଜପୁର ଜିଲ୍ଲା ଧର୍ମଶାଳାର କଣ୍ଟିଗଡ଼ିଆରେ ୧୫ବର୍ଷର ନାବାଳିକା ଝିଅକୁ ରାତିଅଧରେ କିଛି ଦୁବୃର୍ତ୍ତ ବନ୍ଧୁକ ଏବଂ ଛୁରୀ ମୂନରେ ଅପହରଣ କରି ଦୁଷ୍କର୍ମ କରିଛନ୍ତି। ପୀଡ଼ିତା ନାବାଳିକାକୁ ଧର୍ମଶାଳା,କଟକ, ସୁକିନ୍ଦା ଅଞ୍ଚଳରେ ରଖି ୬ରୁ ୭ଦିନ ପର୍ଯ୍ୟନ୍ତ ତା’ଆଖିରେ ଅନ୍ଧପୁଟୁଳି ବାନ୍ଧି ଲଡୁରେ ନିଶା ଔଷଧ ଖାଇବାକୁ ଦେଇ ଦୁଷ୍କର୍ମ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଓ ବ୍ୟଭିଚାର ବଢ଼ିଚାଲିଛି। ଗତ କିଛିଦିନ ତଳେ ରଙ୍ଗଶାଳାରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ଶାସକ ଦଳର ନେତାମାନେ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଆଉ ଏବେ କଣ୍ଟିଗଡ଼ିଆର ଏକ ବଜରଙ୍ଗୀ ଲେଡିଜ୍ କର୍ଣ୍ଣର ପାଖରେ ଥିବା ବେଆଇନ ଘରେ ଅସମାଜିକ କାର୍ଯ୍ୟ କରାଯାଉଛିା ବିଶେଷ କରି ଛୋଟ ନାବାଳିକାମାନଙ୍କୁ ଜୋରଜବରଦସ୍ତି ବନ୍ଧୁକ ମୂନରେ ନହେଲେ ଛୁରା ଦେଖାଇ, ଧମକାଇ, ପଇସା ପ୍ରଲୋଭନ ଦେଖାଇ ବେଆଇନ କାମ କରାଯାଉଛି ଓ ସେମାନଙ୍କୁ ଶାରୀରିକ ଶୋଷଣ କରାଯାଉଛି।

ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ତା’ର ସଂପର୍କୀୟ ଭଉଣୀ ଭିଣୋଇ ଯିଏକି ଧର୍ମଶାଳା ଥାନାର ଦୁଇ ପୁଲିସ ଅଧିକାରୀଙ୍କ ଘରେ ନାବାଳିକାକୁ ଦୁଷ୍କର୍ମ କରିଛି। ଏହି ଘଟଣା ପଛରେ ପଣ୍ଟୁ ଓ ତା’ ଭାଇ ମିଟୁ , ଭଉଣୀ ଏଲି ଏବଂ ଭିଣୋଇ ସୁଶାନ୍ତଙ୍କର ସମ୍ପୃକ୍ତି ରହିଛି। ଅଭିଯୋଗ ପରେ ପୁଲିସ ପିଣ୍ଟୁ ଓ ତା’ଭାଇ ମିଟୁ ଏବଂ ତା’ ଭଉଣୀ ବନି ଓ ପିଙ୍କିକୁ ଗିରଫ କରିଥିବାବେଳେ କ’ଣ ପାଇଁ ପୁଲିସ ଅଧିକାରୀ ଥିବା ତା’ର ଭଉଣୀ ଓ ଭିଣୋଇଙ୍କୁ ଗିରଫ କରିନି ବୋଲି ସେ ପ୍ରଶ୍ନ କରିଛନ୍ତି। ପୀଡ଼ିତାର ବୟାନ ଅନୁସାରେ ଏବେ ଧର୍ମଶାଳା ପୁଲିସ ଅଧିକାରୀ ଏଲି ଆଉ ସୁଶାନ୍ତଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ଏହା କି ପ୍ରକାର ଆଇନ ଏବଂ ମହିଳାଙ୍କ ସୁରକ୍ଷା ପାଇଁ କି ପ୍ରକାର ବ୍ୟବସ୍ଥା? ଯଦି ପୁଲିସ୍ ଘରେ ପୁଲିସ ତତ୍ୱାବଧାନରେ ଏପରି ଘଟଣା ଘଟୁଛି ତାହାଲେ ସୁରକ୍ଷା କିଏ ଦେବ, ଦୋଷୀକୁ ଦଣ୍ଡିତ କିଏ କରିବ ଓ ଏହାର ତଦନ୍ତ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ଗତକାଲି ବିଜେପି ପ୍ରତିନିଧି ଦଳ ନାବାଳିକା ପୀଡ଼ିତାର ଘରକୁ ସମବେଦନା ଜଣାଇଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲିପ ମଲ୍ଲିକ, ପ୍ରଭାତୀ ପରିଡା ଓ ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related story