‘ପୁଲିସ୍‌ ଏଠି ଅନୁଗତ ନ ହେଲେ ଉପକୂଳରେ ପୋଷ୍ଟିଂ ନାହିଁ ’

କଟକ(ଓଡ଼ିଶା ରିପୋର୍ଟର): “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌ ଉପରେ ଚାପ ପକାଇ ତାକୁ ନିଷ୍କ୍ରିୟ କରି ଦିଆଯାଇଛି। ପୁଲିସ୍‌ ବିଭାଗରେ ଥିବା ଶୃଙ୍ଖଳା ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହୋଇଯାଇଛି। ସମସ୍ତ ପୁଲିସ୍‌ ଅଧିକାରୀ ଜଣଙ୍କ ଅନୁଗତ। ବିଶେଷ କରି ଶାସକ ଦଳ ଲୋକଙ୍କ ଅନୁଗତ ନ ହେଲେ  ଉପକୂଳ ଅଞ୍ଚଳ ଥାନାରେ ପୋଷ୍ଟିଂ ହେଉନି। ଏହା ଆଇନଶୃଙ୍ଖଳା ପ୍ରତି ତଥା ଲୋକଙ୍କ ଧନଜୀବନ ପ୍ରତି ଅତ୍ୟନ୍ତ ବିପଦଜନ୍ନକ। ଦିନ ଦିପହରରେ ଲୋକଙ୍କ ହତ୍ୟା ହେଉଛି, ଚୋରି ହେଉଛି, […]

prakas-1

prakas-1

Niharika Rout
  • Published: Thursday, 07 January 2021
  • Updated: 07 January 2021, 01:18 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌ ଉପରେ ଚାପ ପକାଇ ତାକୁ ନିଷ୍କ୍ରିୟ କରି ଦିଆଯାଇଛି। ପୁଲିସ୍‌ ବିଭାଗରେ ଥିବା ଶୃଙ୍ଖଳା ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହୋଇଯାଇଛି। ସମସ୍ତ ପୁଲିସ୍‌ ଅଧିକାରୀ ଜଣଙ୍କ ଅନୁଗତ। ବିଶେଷ କରି ଶାସକ ଦଳ ଲୋକଙ୍କ ଅନୁଗତ ନ ହେଲେ  ଉପକୂଳ ଅଞ୍ଚଳ ଥାନାରେ ପୋଷ୍ଟିଂ ହେଉନି। ଏହା ଆଇନଶୃଙ୍ଖଳା ପ୍ରତି ତଥା ଲୋକଙ୍କ ଧନଜୀବନ ପ୍ରତି ଅତ୍ୟନ୍ତ ବିପଦଜନ୍ନକ। ଦିନ ଦିପହରରେ ଲୋକଙ୍କ ହତ୍ୟା ହେଉଛି, ଚୋରି ହେଉଛି, ଛୋଟ ଛୁଆଙ୍କୁ ବିକ୍ରି କରି ଦିଆଯାଉଛି। ପରୀ ମାମଲା ପରି ୫ ହଜାରରୁ ଅଧିକ ଶିଶୁ ମିଳୁ ନାହାନ୍ତି। ” ଖୁଲମଖୁଲା ରାଜ୍ୟ ପୁଲିସ୍‌ ବିଭାଗର ଗୁମର ଖୋଲି ଏପରି ଭିତରି କଥାକୁ ପଦାରେ ପକାଇଛନ୍ତି ଅବସରପ୍ରାପ୍ତ ପୁଲିସ୍‌ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୀତି ଜୋର ଧରିଥିବା ବେଳେ ଆଜି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ନୃତ୍ତଙ୍ଗ ଗାଁ ଗସ୍ତ କରି ଉଭୟ କୁଳମଣୀ ବରାଳ ଓ ଦିବ୍ୟସିଂ ବରାଳଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଏହାପରେ ସେଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା କହିଥିଲେ। ବର୍ଷକ ତଳେ ପିଏମ୍‌ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠଇବା ପରେ ବିକାଶ ଜେନାଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରାଯାଇଥିଲା। ଆଉ ଏବେ ବିଜେପି ନେତା କୁଳମଣି ଏବଂ ସହଯୋଗୀ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଛି। ଏହା ସବୁଠାରୁ ବଡ଼ ଦୁଃଖଦ ଘଟଣା। ଆମେ ତାଙ୍କ ପରିବାର ସହ ଅଛୁ, ତାଙ୍କୁ ନ୍ୟାୟ ମିଳିବା ଯାଏଁ ତାଙ୍କ ସହ ରହିବୁ ବୋଲି କହିଲେ ଡି.ପୁରନ୍ଦେଶ୍ୱରୀ।

ଏହି ଅବସରରେ ରାଜ୍ୟ ସରକାରଙ୍କ ସମେତ ପୁଲିସ୍‌ ବିଭାଗକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅବସରପ୍ରାପ୍ତ ପୁଲିସ୍‌ ଡିଜି ପ୍ରକାଶ ମିଶ୍ର। ପ୍ରକାଶ ମିଶ୍ରଙ୍କ କହିବାନୁଯାୟୀ,  ବିଜେପି ନେତା କୁଳମଣି ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ରୁଜୁ ହୋଇଥିବା ଏଫ୍‌ଆଇଆରରେ ବହୁ ଜଣଙ୍କ  ନାଁ ଉଲ୍ଲେଖ ଅଛି। ମାତ୍ର ପୁଲିସ୍‌ କିଛି ଲୋକଙ୍କୁ ଗିରଫ କରି ସାଧାରଣ ଲୋକଙ୍କୁ ପୂର୍ବ ଶତ୍ରୁତାର କାହାଣୀ ଶୁଣାଉଛି।

ଦିବ୍ୟସିଂହ ବରାଳ ହସ୍ପିଟାଲ ଯାଇଥିବା ବେଳେ ସେଠାରେ ସେ ମୃତ୍ୟୁ ଜମାନବନ୍ଦୀ ଦେଇଥିଲେ। ହେଲେ ପୁଲିସ୍‌ ଏହାକୁ ଆଧାର କରି ତଦନ୍ତ କରୁ ନାହିଁ । ସାଧାରଣତଃ ମୃତ୍ୟୁ ପୂର୍ବରୁ ଦିଆଯାଉଥିବା ବୟାନର ତାତ୍ପର୍ଯ୍ୟ ବହୁତ ବେଶି। ଦିବ୍ୟସିଂ ବରାଳ ମୃତ୍ୟୁ ପୂର୍ବରୁ ବହୁ ଜଣଙ୍କ ନାଁ କହିଛନ୍ତି। ତାକୁ ମୃତ୍ୟୁ ଜମାନବନ୍ଦୀ ଧରି ତଦନ୍ତ କରାଯିବା କଥା। କିନ୍ତୁ ତାହା କରାଯାଉନାହିଁ।

ଏହାବ୍ୟତୀତ, ଯେଉଁମାନେ ଅପରାଧରେ ସମ୍ପୃକ୍ତ ସେମାନେ ଯେ କେବଳ ଦୋଷୀ ତାହା ନୁହେଁ, ସେମାନଙ୍କୁ ଯିଏ ପ୍ରବର୍ତ୍ତାଇଥାନ୍ତି ସେମାନେ ମଧ୍ୟ ଦୋଷୀ। ମାତ୍ର ଏଠାରେ ସେ ବିଷୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ପୁଲିସ୍‌ ଲୋକଲୋଚନକୁ ନ ଆଣିଲେ ପୁଣି ଥରେ ରାଜରାସ୍ତାରେ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରକାଶ ମିଶ୍ର।

ଏହି ପ୍ରସଙ୍ଗକୁ ରାଜନିତୀକରଣ ନ କରିବାକୁ ରାଜ୍ୟ ସରକାର କହିଥିବା ବେଳେ ଆଉ କେତେ ଅପେକ୍ଷା କରିବୁ ବୋଲି କହିଲେ ଅତିରିକ୍ତ ପୁଲିସ୍‌ ଡିଜି ପ୍ରକାଶ ମିଶ୍ର।

ଶାସକ ଦଳର ଅନୁଗତ ନ ହେଲେ ଉପକୂଳରେ ପୋଷ୍ଟି ମିଳୁ ନ ଥିବା ପ୍ରସଙ୍ଗରେ ଆପଣଙ୍କ ସମୟରେ ଏପରି ହେଉଥିଲା କି ପ୍ରଶ୍ନର ଉତ୍ତରରେ ପ୍ରକାଶ କହିଥିଲେ ଯେ ତାଙ୍କ ସମୟରେ ଏପରି ନ ହେବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା।
https://youtu.be/K7Oh9KQS0Ac

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos