ଅରୁଣଙ୍କ ଆଶୀର୍ବାଦ ଉପାଖ୍ୟାନ, ପୁରୁଣା ଫଟୋ ଛାଡ଼ି ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ‘ଆଶୀର୍ବାଦ’ ଉପାଖ୍ୟାନ ଟ୍ୱିଟ୍‌କୁ ନେଇ ସୋଶାଲ୍‌ ମିଡିଆରେ ସୃଷ୍ଟି ହୋଇଛି ଝଡ଼। ବିଜେପି ନେତା ଓ ସାଧାରଣ ଲୋକମାନେ ମହାପ୍ରଭୁଙ୍କ ନବକଳେବର ସମୟର ପୁରୁଣା ଫଟୋ ଶେୟାର କରି ଡକ୍ଟର ସାହୁଙ୍କୁ ସମାଲୋଚନା କରିଛନ୍ତି। ଆଉ ଛାଡ଼ିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବାଣ। ତେବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ଗତକାଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ସାହୁ ଟ୍ୱିଟ୍‌ କରି ଲେଖିଛନ୍ତି, […]

Arun-Sahoo

Arun-Sahoo

Manoranjan Sial
  • Published: Friday, 20 August 2021
  • Updated: 20 August 2021, 09:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ‘ଆଶୀର୍ବାଦ’ ଉପାଖ୍ୟାନ ଟ୍ୱିଟ୍‌କୁ ନେଇ ସୋଶାଲ୍‌ ମିଡିଆରେ ସୃଷ୍ଟି ହୋଇଛି ଝଡ଼। ବିଜେପି ନେତା ଓ ସାଧାରଣ ଲୋକମାନେ ମହାପ୍ରଭୁଙ୍କ ନବକଳେବର ସମୟର ପୁରୁଣା ଫଟୋ ଶେୟାର କରି ଡକ୍ଟର ସାହୁଙ୍କୁ ସମାଲୋଚନା କରିଛନ୍ତି। ଆଉ ଛାଡ଼ିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବାଣ।

ତେବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ଗତକାଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଡକ୍ଟର ସାହୁ ଟ୍ୱିଟ୍‌ କରି ଲେଖିଛନ୍ତି, ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା, ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା, ଉଭୟ ଭିତରେ ଫରକ ଓଡ଼ିଶା ବାସୀଙ୍କୁ ଜଣାଅଛି।

https://twitter.com/dr_arunsahoo/status/1428579867528884229?s=20

ଡକ୍ଟର ସାହୁଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ ଦୁଇଟି ଫଟୋ ଛାଡ଼ି ଲେଖିଛନ୍ତି, ମହାପ୍ରଭୁଙ୍କ ପାଖେ ସମର୍ପିତ ହୋଇ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିବା, କ୍ଷମତାର ଅପବ୍ୟବହାର କରି ଅଏଶ କରିବା.. ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଳ ଜଳ ଦିଶୁଛି।

https://twitter.com/DrLekhaShree/status/1428590236469133319?s=20

ସେହିପରି ଡକ୍ଟର ସାହୁଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ଯୁବ ବିଜେପି ନେତା ଟଙ୍କଧର ତ୍ରିପାଠୀ। ସେ ଲେଖିଛନ୍ତି, ଆଶୀର୍ବାଦ ପାଇଁ କାହାକୁ ବାଧ୍ୟ କରାଯାଏ ନାହିଁ ବୋଲି ବୋଧେ ଶିକ୍ଷାମନ୍ତ୍ରୀ @dr_arunsahoo ଜୀ ଜାଣନ୍ତି ନାହିଁ। ଜନସାଧାରଣଙ୍କ ସହ ମିଶି ସୁଖ ଦୁଃଖ ବାଣ୍ଟିଲେ ସ୍ନେହ, ଆଦର ସହ ଆଶୀର୍ବାଦ ସ୍ୱତଃ ମିଳେ। ଗୋଟିଏ ନିବାସରେ ବନ୍ଦ ହୋଇ ରହିଲେ ଯାହା ମିଳେ ନାହିଁ ବୋଲି ଶ୍ରୀ ତ୍ରିପାଠୀ ଲେଖିଛନ୍ତି।

https://twitter.com/tankadharbjp/status/1428581563332108293?s=20

ସେହିପରି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଅରୁଣ ସାହୁଙ୍କର ନବକଳେବର ସମୟର ଏକ ପୁରୁଣା ଫଟୋ ଛାଡ଼ି ପଚାରିଛନ୍ତି ଏକାଧିକ ପ୍ରଶ୍ନ। ସେ ଟ୍ୱିଟ୍‌ର କମେଣ୍ଟରେ ଲେଖିଛନ୍ତି- ମନ୍ତ୍ରୀ ଅରୁଣ ବାବୁ ଆପଣ କାହା କୋଳରେ? କାହାକୁ ସେବା ଦେଉଛନ୍ତି ନା ସେବା ନେଉଛନ୍ତି? ରାଜ୍ୟବାସୀଙ୍କୁ ଏବଂ ଆମ ବଡ଼ ଠାକୁରଙ୍କୁ ସବୁବେଳେ ପ୍ରବଞ୍ଚନା କରିଆସିଛନ୍ତି ଆପଣଙ୍କ ବିଜେଡି ସରକାର। ଆପଣ ଆଇନ ମନ୍ତ୍ରୀ ଥିଲାବେଳେ ପୁରୀ ଶ୍ରୀମନ୍ଦିରର ସମସ୍ତ କେଳେଙ୍କାରୀକୁ ଓଡ଼ିଶାବାସୀ ଭୁଲି ନାହାଁନ୍ତି ବୋଲି ଶ୍ରୀ ମଲ୍ଲିକ ଲେଖିଛନ୍ତି।

https://twitter.com/DilipMallick68/status/1428594141177335816?s=20

ବିଜେପି ନେତ୍ରୀ ରଶ୍ମୀରେଖା ଦାସ କମେଣ୍ଟରେ ଲେଖିଛନ୍ତି- ଚକା ଆଖି ସବୁ ଦେଖୁଛି କିଏ କାହାକୁ ସେବା ଦେଉଛି  ...

https://twitter.com/Rashmirekha1984/status/1428595390207594497?s=20

ଡକ୍ଟର ସାହୁଙ୍କ ଟ୍ୱିଟ୍‌ର କମେଣ୍ଟରେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ ଲେଖିଛନ୍ତି- ପରୀ, ଇତିଶ୍ରୀ, ବେବିନା, କୁନ୍ଦୁଲି ଭଳି ଝିଅଙ୍କୁ ଆପଣ ଯେଉଁ ସେବା ଯୋଗେଇଛନ୍ତି ସମସ୍ତେ ଦେଖିଛୁ। ନବକଳେବର ବେଳେ ଜଗା ବି ଆପଣଙ୍କ ସେବା ଭୁଲି ପାରିବେନି। ସେବା ଓ ଆଶୀର୍ବାଦ ଶବ୍ଦ ଆପଣ କହିବା ଟା "ଲଙ୍କାରେ ହରି ଶବ୍ଦ" ସଦୃଶ ବୋଲି ମନସ୍ମିତା ଲେଖିଛନ୍ତି।

https://twitter.com/manasmitak/status/1428656343880065029?s=20

ଏଠି ପ୍ରଶ୍ନ ଉଠୁଛି ଡକ୍ଟର ସାହୁ କାହା ଉଦ୍ଦେଶ୍ୟରେ ଟ୍ୱିଟ୍‌ କରିଛନ୍ତି, ତାହା ଜଣାପଡ଼ି ନାହିଁ। ତେବେ ବିଜେପିକୁ ଟାର୍ଗେଟ କରି ଏପରି ଲେଖିଥିବା ଆଲୋଚନା ହେଉଛି। କାରଣ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ବିଜେପି ନେତାମାନେ ଶ୍ରୀମନ୍ଦିର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାକୁ ଆକ୍ଷେପ କରି ଡକ୍ଟର ସାହୁ ଟ୍ୱିଟ୍‌ କରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story