ପାଟକୁରା ନିର୍ବାଚନ ନେଇ ଲେଖାଶ୍ରୀ ଆଣିଲେ ଅଭିଯୋଗ, ଜବାବ ରଖିଲେ ଶଶିଭୂଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏମିତିକି ଏଥିରେ ପ୍ରିଜାଇଡିଂ ଅଫିସରଙ୍କର ସମ୍ପୃକ୍ତି ରହିଛି ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି। ଡାହାଳପୁରର ୨୨୦ ନମ୍ବର ଏବଂ ପାଟକୁରାର ୨୯୪ ନମ୍ବର ବୁଥରେ ଇଭିଏମ ବଦଳା ଯାଇଥିବା ଦଳ ଅଭିଯୋଗ ଆଣିବା ସହ  ୩୦୮ଟି ବୁଥ୍ ଲାଗି ଆସିଥିବା ଅଧିକ ଶହେ ଇଭିଏମକୁ ନେଇ ମଧ୍ୟ ଶଙ୍କା […]

541

Tapas Behera
  • Published: Sunday, 21 July 2019
  • , Updated: 21 July 2019, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏମିତିକି ଏଥିରେ ପ୍ରିଜାଇଡିଂ ଅଫିସରଙ୍କର ସମ୍ପୃକ୍ତି ରହିଛି ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

ଡାହାଳପୁରର ୨୨୦ ନମ୍ବର ଏବଂ ପାଟକୁରାର ୨୯୪ ନମ୍ବର ବୁଥରେ ଇଭିଏମ ବଦଳା ଯାଇଥିବା ଦଳ ଅଭିଯୋଗ ଆଣିବା ସହ  ୩୦୮ଟି ବୁଥ୍ ଲାଗି ଆସିଥିବା ଅଧିକ ଶହେ ଇଭିଏମକୁ ନେଇ ମଧ୍ୟ ଶଙ୍କା ପ୍ରକାଶ କରିଛି ବିଜେପି।

ଏସବୁ ଘଟଣାକୁ ନେଇ ଦଳ, ସିଇଓଙ୍କ ନିକଟରେ ଫେରାଦ ହେବ ବୋଲି କହିଛନ୍ତି ଲେଖାଶ୍ରୀ। ସେପଟେ ବିଜେପିର ଏହି ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି ଏବେ ନିର୍ବାଚନକୁ ନେଇ ଏଭଳି ଅଭିଯୋଗ ଏକ ସ୍ୱାଭାବିକ୍‌ ପ୍ରକ୍ରିୟାରେ ପରିଣତ ହେଲାଣି।  ପାଟକୁରାରେ ପରାଜୟ ହେବା ଜାଣି ବିଜେପି ଏଭଳି ଅଭିଯୋଗ ଆଣୁଥିବା ସେ କହିଛନ୍ତି।

Related story