ବିଜେଡି ସଭା ନିକଟରେ ଅବତରଣ କଲା ବିଜେପି ନେତାଙ୍କ ହେଲିକପ୍ଟର

କୁଚିଣ୍ଡା(ଦେବେନ୍ଦ୍ର ବେହେରା):ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା । ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନ ପାରିବାରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ ହେଲିକପ୍ଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। […]

ghk-1

Tapas Behera
  • Published: Friday, 12 April 2019
  • , Updated: 12 April 2019, 08:29 AM IST

କୁଚିଣ୍ଡା(ଦେବେନ୍ଦ୍ର ବେହେରା):ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା ।

ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନ ପାରିବାରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ ହେଲିକପ୍ଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ।

ପ୍ରଶାସନ ବିଜେଡି ପକ୍ଷରୁ ଚାଲିଥିବା ଏକ ସଭା ନିକଟ ପଡ଼ିଆରେ ହେଲିକପ୍ଟରକୁ ଅବତରଣ ପାଇଁ ଅନୁମତି ଦେଇଥିଲା।

Related story