ମୋବାଇଲ୍‌ କିଣାରେ ଲାଗିଛି ଖଣି ମାଲିକଙ୍କ ଟଙ୍କା; କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ୍‌ ବଣ୍ଟାଯିବା ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମୋବାଇଲ୍‌ କିଣାରେ ଖଣି ଦୁର୍ନୀତି ସହ ସଂପୃକ୍ତ ଥିବା ଖଣି ମାଲିକ ଟଙ୍କା ଲାଗିଥିବା ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି। ସେମାନେ ବିଜୁ ଯୁବ ବାହିନୀ ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି,“ […]

samirmohanty

Jitendra Garnayak
  • Published: Wednesday, 06 March 2019
  • , Updated: 06 March 2019, 03:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ୍‌ ବଣ୍ଟାଯିବା ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମୋବାଇଲ୍‌ କିଣାରେ ଖଣି ଦୁର୍ନୀତି ସହ ସଂପୃକ୍ତ ଥିବା ଖଣି ମାଲିକ ଟଙ୍କା ଲାଗିଥିବା ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି। ସେମାନେ ବିଜୁ ଯୁବ ବାହିନୀ ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ନାଁରେ ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି,“ ୩୧୪ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ୍‌ ବଣ୍ଟାଯାଇଛି। ୭୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ୨୦ ଲକ୍ଷ ମୋବାଇଲ୍ କିଣା ହୋଇ ବଣ୍ଟା ଯାଇଛି। ଖଣି ଦୁର୍ନୀତି ସହ ସଂପୃକ୍ତ ଥିବା ଖଣିମାଲିକ ଓ ଦୁର୍ନୀତି ଖୋର କମ୍ପାନୀମାନେ ଏହି ମୋବାଇଲ୍ ଦେଇଛନ୍ତି। ବିଜୁ ଯୁବ ବାହିନୀ ସିଇଓ ପ୍ରେମଚାନ୍ଦ ଚୌଧୁରୀଙ୍କ ନିର୍ଦ୍ଦେଶରେ ଏହି ଖଣି ମାଲିକ ଓ କମ୍ପାନୀମାନେ ମୋବାଇଲ ଯୋଗାଇଛନ୍ତି। ଆଜି ଆମେ ଆଇଏଏସ୍‌ ପ୍ରେମଚାନ୍ଦ ଚୌଧୁରୀଙ୍କ ନାଁରେ ଏଫ୍‌ଆଇଆର ଦେଇଛୁ। ମୁଷ୍ଟିମେୟ ଆଇଏଏସ୍ ଅଫିସର ଚାନ୍ଦା ଆଦାୟ କରି ବିଜୁ ଜନତା ଦଳକୁ ସଦୃଢ଼ କରୁଛନ୍ତି।”

ସମୀର ମହାନ୍ତି କହିଛନ୍ତି, ଏହା ପୂର୍ବରୁ ଏ ମାମଲାରେ ଆମେ ସବୁ ପ୍ରମାଣ ଓ ତଥ୍ୟ ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲୁ।

Related story