ବିଜେଡିକୁ ଜିତାଇବାକୁ କାମ କରୁଛନ୍ତି ସରକାରୀ ଅଫିସର, ଫେରାଦ ହେଲା ବିଜେପି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଶାସକ ବିଜେଡିକୁ ଜିତାଇବା ପାଇଁ ସରକାରୀ ଅଫିସରମାନେ ବାରମ୍ବାର ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରି କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବାଲେଶ୍ୱର ସଦର ଆସନ ପାଇଁ ସ୍ଥାନୀୟ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ଆସନ ନିମନ୍ତେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସବୁ ନିୟମକାନୁନ୍ ଭାଙ୍ଗି ଶାସକ ଦଳର ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଆଜି […]

lekhashree

lekhashree

Tapas Behera
  • Published: Saturday, 24 October 2020
  • Updated: 24 October 2020, 09:17 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଶାସକ ବିଜେଡିକୁ ଜିତାଇବା ପାଇଁ ସରକାରୀ ଅଫିସରମାନେ ବାରମ୍ବାର ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରି କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବାଲେଶ୍ୱର ସଦର ଆସନ ପାଇଁ ସ୍ଥାନୀୟ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ଆସନ ନିମନ୍ତେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସବୁ ନିୟମକାନୁନ୍ ଭାଙ୍ଗି ଶାସକ ଦଳର ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଆଜି ଲିଖିତ ଭାବେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀ ଅଫିସରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ,  ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାବେଳେ ଏବେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବାଲେଶ୍ୱର ସଦର ବ୍ଲକ ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ସେହିପରି ତିର୍ତ୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି।

ରିଟଣ୍ଣିଂ ଅଫିସର ବାଲେଶ୍ୱର ସଦରରେ ବିଜେଡିକୁ ଜିତାଇବାର ମଙ୍ଗ ଧରିଛନ୍ତି। ବାଲେଶ୍ୱର ସଦର ବ୍ଲକର ଏକ ନମ୍ବର ୱାର୍ଡର ମହିଳା ଭୋଟର ପ୍ରତିମା ନାୟକଙ୍କ ଠାରୁ ସରକାରୀ ପ୍ରିଜାଇଡିଂ ଅଫିସର କରୋନା ଯୋଗୁଁ ନିୟମ ପରିବର୍ତ୍ତନ ହୋଇଥିବା ଦର୍ଶାଇ ମିଥ୍ୟା ତଥ୍ୟ ରଖି ଭୋଟ ସଂଗ୍ରହ କରିଛନ୍ତିା ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ କରୋନା ଆକ୍ରାନ୍ତଙ୍କୁ ପୋଷ୍ଟାଲ ବାଲାଟରେ ଭୋଟ ଦେବା ପାଇଁ ଅନୁମତି ରହିଛି। କିନ୍ତୁ  ବାଲେଶ୍ୱର ସଦରରେ ଏହି ନିୟମର ଅପବ୍ୟବହାର କରି ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ବିଜେଡି ସପକ୍ଷରେ ଭୋଟ ଆଦାୟ କରୁଛନ୍ତି। ପ୍ରିଜାଇଡିଂ ଅଫିସର ମହିଳା ଭୋଟର ପ୍ରତିମା ନାୟକକୁ ଦିବ୍ୟାଙ୍ଗ ଦର୍ଶାଇ ଭୋଟ ସଂଗ୍ରହ କରିଛନ୍ତି। ଏହା ଦ୍ୱାରା ପୋଷ୍ଟାଲ ବାଲାଟ ଭୋଟିଂ ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଘଂନ କରାଯାଇଛି।

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ତହସିଲଦାରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହିଳା ଭୋଟର ପ୍ରତିମା ନାୟକଙ୍କୁ ପୁଣିଥରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବାକୁ ପ୍ରତିନିଧି ଦଳ ଦାବି କରିଛି। ବାଲେଶ୍ୱର ଉପନିର୍ବାଚନରେ ପୋଷ୍ଟାଲ ବାଲାଟ ପାଇଁ ୮ ହଜାର ଭୋଟରଙ୍କ ତାଲିକା ପ୍ରସ୍ତୁତ ହୋଇଥିବାବେଳେ ଏବେ ଏହା କମି ୧୭୩୨ରେ ପହଂଚିଛି। ଏଥିରୁ ସ୍ପଷ୍ଟ ଯେ, ଶାସକ ଦଳ ଭୋଟ ହାତେଇବା ପାଇଁ ମିଥ୍ୟା ତାଲିକା ପ୍ରସ୍ତୁତ କରିଥିଲ।। ଯେଉଁ ବୁଥଲେବଲ ଏଜେଂଟମାନେ ଏହି ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କୁ ବି ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ପ୍ରତିନିଧି ଦଳ ଦାବି କରିଛି।

ତିର୍ତ୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ଅନ୍ୟ ଜିଲ୍ଲାରେ ପୋଷ୍ଟିଂ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତ୍ତୋଲରେ ପହଂଚି ନିର୍ବାଚନ ପ୍ରଚାରରୁ ବିରତ ରହିବା ପାଇଁ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି। ଶାସକ ବିଜେଡିକୁ ଭୋଟ ଦେବାପାଇଁ ଶ୍ରୀ ମହାପାତ୍ର ଭୋଟରମାନଙ୍କୁ ଧମକ ଦେବା ସହ ସରକାରୀ ଅଧିକାରୀମାନଙ୍କୁ ଶାସକ ଦଳ ସପକ୍ଷରେ ଜନମତ ଆଣିବାକୁ ପ୍ରବର୍ତ୍ତାଉଛନ୍ତିା ଏଭଳି ଏକ ଅପରାଧିକ କାର୍ଯ୍ୟରେ ସାମିଲ ଥିବା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଦାବି କରିଛି।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos