କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାତିଲେ ମହିଳା। ଆଜି ତିନିମୁହାଁଣିରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏପରି କି ଜିଲ୍ଲା  ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କ ସହ ଜିଲ୍ଲାର ବିଜେପି ନେତୃବୃନ୍ଦ ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପାଇଁ ଅନୁଭବଙ୍କୁ ସାଂସଦ ପଦରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି।

‍‍ବିଜେପି ନେତ୍ରୀ କଳ୍ପନା ମଲ୍ଲିକ କହିଛନ୍ତି-“କେନ୍ଦ୍ରାପଡ଼ାର ମାନ୍ୟବର ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିଦେଲୁ। କେନ୍ଦ୍ରାପଡ଼ା ମାଟିରୁ ତାଙ୍କୁ ବିଦା କରିବା ପାଇଁ ଆଜି କୁଶପୁତ୍ତଳିକା ଦାହ କରିଛୁ। କାରଣ ସେ ଜଣେ ନାରୀ ନିର୍ଯାତକ। ଯିଏ ତାଙ୍କ ଘରେ ନିଜ ପତ୍ନୀକୁ ସୁରକ୍ଷା ଦେଇପାରୁ ନାହାନ୍ତି, ସିଏ କେନ୍ଦ୍ରାପଡ଼ାର ଭାଇ ଓ ଭଉଣୀଙ୍କୁ କେମିତି ସୁରକ୍ଷା ଦେବେ? ନବୀନ ପଟ୍ଟନାୟକ ଗୋଟିଏ ମହାକାଳ ଫଳକୁ ଏଠାରେ ଥୋଇଦେଲେ। ତାଙ୍କ ପାଇଁ କେନ୍ଦ୍ରାପଡ଼ାବାସୀ ବହୁ ଭୋଗିଲେଣି।”

ତେବେ ଏ ସଂପର୍କରେ ଅନୁଭବ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଚେନ୍ନାଇକୁ ହରାଇଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍‌ ସାରା ବର୍ଷିଲା ଛକା ପରେ ଛକା

ବିହାର ଡିଜିପି ଗୁପ୍ତେଶ୍ୱରଙ୍କୁ ମିଳିଲା ଭିଆରଏସ, ରାଜନୀତିରେ ଯୋଗ ଦେବେ କି?

କର୍ମଚାରୀଙ୍କୁ ଆଗୁଆ ଅବସର: ବିଭାଗ ଶୁଣିଲେନି କି ରିପୋର୍ଟ ବି ଦେଲେନି

ବସିଛନ୍ତି ୫ ବରିଷ୍ଠ ଆଇପିଏସ୍ , କାହିଁକି ମିଳୁନି ନିଯୁକ୍ତି?

ଅଫିସ୍‌ରେ ପଶି ନବୀନଙ୍କୁ ଗାଳିଦେଲେ, ମାଡ଼ ମାରିଲେ!

ଆରୋଗ୍ୟ ହେଲେ ୩୮୩୪ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୪ ଲୋକାଲ୍‌ କେସ

‘ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି’

ସଂସଦ ଢାଞ୍ଚାରେ ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ସିଟ୍ ସାମ୍ନାରେ ଲାଗିଛି କାଚ

ଘରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ବିଜୟରୁ ଆଇପିଏଲ୍ ଆରମ୍ଭ କଲା ବିରାଟଙ୍କ ଆରସିବି