କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ସାମିଲ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜର ବିଭିନ୍ନ ବର୍ଗର ମହିଳାଙ୍କୁ ଦଳରେ ସଦସ୍ୟଭୁକ୍ତ କରି ବିଜେପିକୁ ସର୍ବସମାବେଶୀ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଛି । ଗାଁରୁ ସହର ପର୍ଯ୍ୟନ୍ତ ଥିବା ଶ୍ରମଜୀବୀଙ୍କଠୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ମଧ୍ୟ ସଂଗଠନରେ ସହଭାଗୀ କରିବ। ଆଜି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୬ ଜୁଲାଇରୁ ମହିଳା ମୋର୍ଚ୍ଚାର […]

bjp-failed-to-repeat-its-success-in-last-panchayat-polls-in-odisha

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜର ବିଭିନ୍ନ ବର୍ଗର ମହିଳାଙ୍କୁ ଦଳରେ ସଦସ୍ୟଭୁକ୍ତ କରି ବିଜେପିକୁ ସର୍ବସମାବେଶୀ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନିଷ୍ପତ୍ତି ନେଇଛି । ଗାଁରୁ ସହର ପର୍ଯ୍ୟନ୍ତ ଥିବା ଶ୍ରମଜୀବୀଙ୍କଠୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ମଧ୍ୟ ସଂଗଠନରେ ସହଭାଗୀ କରିବ।

ଆଜି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୬ ଜୁଲାଇରୁ ମହିଳା ମୋର୍ଚ୍ଚାର ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ସମାଜର ବିଭିନ୍ନ ବର୍ଗର ମହିଳାଙ୍କୁ ସଦସ୍ୟ କରି ବିଜେପିକୁ ସର୍ବସମାବେଶୀ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି। ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତୃବୃନ୍ଦ ସଦସ୍ୟତା ଗ୍ରହଣ ଅଭିଯାନରେ ସକ୍ରିୟ ସହଭାଗୀ ହେବାର ସଂକଳ୍ପ ନେଇଥିଲେ।

ଉକ୍ତ ବୈଠକରେ ରାଜ୍ୟ ବିଜେପିର ସଦସ୍ୟତା ପ୍ରଭାରୀ ଅନନ୍ତ ନାୟକ, ସହ ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଭାରୀ ସୁରମା ପାଢ଼ୀ ସାମିଲ ହୋଇଥିଲେ। ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି ସଦସ୍ୟତା ଗ୍ରହଣରେ ମହିଳାଙ୍କ ଭୂମିକା ଉପରେ ମାର୍ଗଦର୍ଶନ କରିଥିଲେ। ଉକ୍ତ ବୈଠକରେ ସୁକେଶୀ ଓରାମ, ସବିତା ନନ୍ଦ, ଜୟନ୍ତୀ ପଢ଼ିହାରୀ, ଶୋଭନା ମହାନ୍ତି, ପ୍ରତିଭା ଶତପଥୀ, ବବିତା ପାତ୍ର, କାନନବାଳା ପଟ୍ଟନାୟକ, ସ୍ନୃତି ପଟ୍ଟନାୟକ, ନିୟତି ଗିରି, ସୁଷମା ବିଶ୍ୱାଳ, ସଂପାଦିକା ରଶ୍ମିରେଖା ଦାସ, କଳ୍ପନା ଲେଙ୍କାଙ୍କ ସମେତ ସମସ୍ତ ସାଂସଦ ପ୍ରାର୍ଥୀ, ବିଧାନସଭା ପ୍ରାର୍ଥୀ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ଥିଲେ।

Related story