ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ବିଜେପି ନେତ୍ରୀ, ଏ ସରକାର ନାରୀ-ବିରୋଧୀ

କାମାକ୍ଷାନଗର (ରାକେଶ ଦେହୁରୀ): ସମଗ୍ର ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ଦିନକୁ ଦିନ ଦୁଷ୍କର୍ମ ଓ ଅସଦାଚରଣ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚା ତରଫରୁ ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କାମାକ୍ଷାନଗରଠାରେ ପହଞ୍ଚିଥିଲା ଏହି ଯାତ୍ରା ଓ ରଥ। ଶତାଧିକ ବିଜେପି ମହିଳା କର୍ମୀ ଉପସ୍ଥିତ ରହି ଏହି ରଥକୁ ସ୍ବାଗତ କରିଥିଲେ। କାମାକ୍ଷାନଗର ମାଆ ବୁଢି ପଧଉନିଙ୍କଠାରେ ପୂଜାର୍ଚନା କରି ୫୦୦ରୁ ଅଧିକ […]

9598680c-f8aa-4091-816d-e61f58a0c6a1

9598680c-f8aa-4091-816d-e61f58a0c6a1

Ordigital Desk
  • Published: Thursday, 31 May 2018
  • Updated: 31 May 2018, 09:28 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ସମଗ୍ର ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ଦିନକୁ ଦିନ ଦୁଷ୍କର୍ମ ଓ ଅସଦାଚରଣ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚା ତରଫରୁ ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କାମାକ୍ଷାନଗରଠାରେ ପହଞ୍ଚିଥିଲା ଏହି ଯାତ୍ରା ଓ ରଥ। ଶତାଧିକ ବିଜେପି ମହିଳା କର୍ମୀ ଉପସ୍ଥିତ ରହି ଏହି ରଥକୁ ସ୍ବାଗତ କରିଥିଲେ। କାମାକ୍ଷାନଗର ମାଆ ବୁଢି ପଧଉନିଙ୍କଠାରେ ପୂଜାର୍ଚନା କରି ୫୦୦ରୁ ଅଧିକ ମହିଳା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହାପରେ ସ୍ଥାନୀୟ ହନୁମାନ ବଜାରଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମଙ୍କ ସଭାପତିତ୍ୱ କରିଥିଲେ।

ବିଜେଡି ସରକାର ମାଆକୁ ସମ୍ମାନ ସ୍ଲୋଗାନ ଦେଉଥିବା ବେଳେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଉଛି ବୋଲି ବିଜେପି ନେତ୍ରୀମାନେ ଅଭିଯୋଗ କରିଥିଲେ। ଏହି ଯାତ୍ରା ପରିପ୍ରେକ୍ଷୀରେ ରାଜ୍ୟର ୧ କୋଟି ମାଆ ଓ ଉଉଣୀଙ୍କୁ, ଏ ସରକାର ଅମଳରେ କିପରି ନାରୀ ସମାଜ ଅସୁରକ୍ଷିତ ହୋଇପଡ଼ିଛି ସେ ବିଷୟରେ ଅବଗତ କରାଯିବ।

ଏହି ଶୋଭାଯାତ୍ରାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୀତା ଦାସ, ପ୍ରତିମା ମିଶ୍ର, କମଳିନୀ ମହାନ୍ତି, ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ସଭାପତି ନିରୋଜ ନଳିନୀ ମହାଳିକ, ଜିଲ୍ଲା ବିଜେପି ଉପସଭାପତି ଅନିତା ଦାସ, ଜିଲ୍ଲା ସମ୍ପାଦିକା ସସ୍ମିତା ସାମଲ, ଜିଲ୍ଲା ଉପସଭାପତି ରତ୍ନପ୍ରଭା ପଣ୍ଡାଙ୍କ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ବିଭୂତି ପ୍ରଧାନ, କାମାକ୍ଷାନଗର ପୂର୍ବତନ ବିଧ।ୟକ ପ୍ରସନ୍ନ ପଟ୍ଟନାୟକ, ଜିଲ୍ଲା ବିଜେପି ଉପସଭାପତି ଶତୃଘ୍ନ ଜେନା, ମାତୃପ୍ରସାଦ ନନ୍ଦ, ପବିତ୍ର କୁମାର ବିଶ୍ଵାଳ, ନବକିଶୋର ଗୁରୁ, ସନ୍ଦୀପ ପଟ୍ଟନାୟକ, ଦେବାଶିଷ ହୋତା, ସଞ୍ଜୟ ମିଶ୍ର, ସଞ୍ଜୟ ରାଉତ, ରାଜେଶ ଦେହୁରୀ, ଯଯାତୀ ସାହୁ, ରଞ୍ଜନ ସାମଲ, ମୀନକେତନ ସାହୁ, ଗଣେଶ ମହାକୁଡ଼, ହିମାଦ୍ରି ଦାସ, ଅଜୟ ଷେଣ୍ଢଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ। ଏହାପରେ ଏହି ରଥ ପରଜଙ୍ଗ ନିର୍ବାଚନ ମଣ୍ଡଳୀକୁ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos