‘ଅର୍ଚ୍ଚନାର ନାଗ ଫାଶରେ ପଡ଼ିବାକୁ ବିଜେପି ନେତାଙ୍କର ଟଙ୍କା ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜୋର ଧରିଲା ଅର୍ଚ୍ଚନା ନାଗକୁ ନେଇ ରାଜନୀତି। ଏହି ମାମଲାରେ ପରୋକ୍ଷରେ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ। ଅର୍ଚ୍ଚନା ସହ ମୟୁରଭଞ୍ଜର କିଛି ନେତାଙ୍କ ଲିଙ୍କ ଥିବା କଥା ବି ସେ କହିଛନ୍ତି। ଅର୍ଚ୍ଚନା ନାଗ ଚେର ବହୁ ଦୂରକୁ ଲମ୍ବିଛି। କେବଳ ରାଜଧାନୀରେ ନୁହେଁ, ମୟୂରଭଞ୍ଜ ପର୍ଯ୍ୟନ୍ତ ବି ଲମ୍ବିଛି ଏହି ଫାଶ। ଯିଏ ନାଗ ଫାଶରେ ପଡ଼ିଛି ସିଏ ତାକୁ ଦଂଶନ କରିବ ବୋଲି […]

archana

archana

Niharika Rout
  • Published: Saturday, 19 November 2022
  • Updated: 19 November 2022, 02:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜୋର ଧରିଲା ଅର୍ଚ୍ଚନା ନାଗକୁ ନେଇ ରାଜନୀତି। ଏହି ମାମଲାରେ ପରୋକ୍ଷରେ ବିଜେଡି ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ। ଅର୍ଚ୍ଚନା ସହ ମୟୁରଭଞ୍ଜର କିଛି ନେତାଙ୍କ ଲିଙ୍କ ଥିବା କଥା ବି ସେ କହିଛନ୍ତି।

ଅର୍ଚ୍ଚନା ନାଗ ଚେର ବହୁ ଦୂରକୁ ଲମ୍ବିଛି। କେବଳ ରାଜଧାନୀରେ ନୁହେଁ, ମୟୂରଭଞ୍ଜ ପର୍ଯ୍ୟନ୍ତ ବି ଲମ୍ବିଛି ଏହି ଫାଶ। ଯିଏ ନାଗ ଫାଶରେ ପଡ଼ିଛି ସିଏ ତାକୁ ଦଂଶନ କରିବ ବୋଲି କହିଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ ।

ଅର୍ଚ୍ଚନାର ନାଗ ଫାଶରେ ବହୁ ବଡ଼ ବଡ଼ ବିଜେଡି ନେତା ଫସିଥିବା ବିଧାୟକ ମଢ଼େଇ କହିଥିବା ବେଳେ  ବିଜେପି ନେତାଙ୍କ ସମ୍ପୃକ୍ତି ନେଇ ଭିନ୍ନ ମତ ଦେଇଛନ୍ତି । ବିଜେପି ନେତାଙ୍କର ଏତେ ଟଙ୍କା ନାହିଁ ଯେ ଲକ୍ଷେ ଟଙ୍କା ଏଣ୍ଟ୍ରି ଫି’ ଦେଇ ଭିତରକୁ ଯିବେ ବୋଲି ସେ କହିଛନ୍ତି।

ଅର୍ଚ୍ଚନା ନାଗ ମାମଲାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ମଢ଼େଇ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,  ଏଥିରେ ସରକାରୀ ଦଳର ୩୦ ରୁ ୩୫  ନେତାଙ୍କର ସମ୍ପୃକ୍ତି ରହିଛି । ସେମାନଙ୍କ ମଧ୍ୟରେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ବି ଅଛନ୍ତି । କେବଳ ସେତିକି ନୁହେଁ, ଅର୍ଚ୍ଚନାର ନାଗ ଫାଶରେ ଭାକୁର ମାଛ ପରି ବଡ଼ ମୁଣ୍ଡ ପଡ଼ିଛନ୍ତି। ସେଠି ଛୋଟ ମାଛର ସ୍ଥାନ ନାହିଁ।

ଅର୍ଚ୍ଚନା ମାମଲାରେ କିଛି ବିଜେପି ନେତାଙ୍କ ଲିଙ୍କ ନେଇ ପଚାରିବାରୁ ଏହାକୁ ଅସ୍ୱୀକାର କରି ନାହାନ୍ତି ଭାସ୍କର ମଢେଇ । ମାତ୍ର ସେ କହିଛନ୍ତି,  ବିଜେପି ନେତାଙ୍କର ଏତେ ଟଙ୍କା ନାହିଁ ଯେ ଲକ୍ଷେ ଟଙ୍କା ଏଣ୍ଟ୍ରି ଫି’ ଦେଇ ଭିତରକୁ ଯିବେ। ହେଲେ ସାମାଜିକ କାର୍ଯ୍ୟକ୍ରମରେ କିଏ କିଏ ଅର୍ଚ୍ଚନା ସହ ଫଟୋ ଉଠାଇ ଥାଇ ପାରନ୍ତି । ଯେଉଁମାନେ ନିଆଁ ଖାଇଥିବେ ସେମାନେ ଅଙ୍ଗାର ବାହାର କରିବେ ବୋଲି କହିଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story