ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତ୍ମହତ୍ୟା ଧମକ ଦେଲେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଆଜି ବିଧାନସଭାରେ ସେ ଆତ୍ମହତ୍ୟା ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ନେଇ ସେ ଏହି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ।
ପ୍ରଶ୍ନକାଳରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ସେ ଗୃହର ମଧ୍ୟଭାଗକୁ ଆସି ବସି ରହିଥିଲେ। ତେବେ ଶୂନ୍ୟକାଳରେ ତାଙ୍କୁ ଏନେଇ କହିବାକୁ ଦିଆଯିବ ବୋଲି ବାଚସ୍ପତି କହିଥିଲେ। ତା’ସହିତ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି କହିଥିଲେ।
ବିଧାୟକ ଶ୍ରୀ ପାଣିଗ୍ରାହୀ ବାଚସ୍ପତିଙ୍କ ଅନୁରୋଧକୁ ମାନି ଥିଲେ। ଶୂନ୍ୟକାଳରେ ସେ ମଣ୍ଡି ସମସ୍ୟା ଉଠାଇଥିଲେ। ସେ କହିଥିଲେ, ଟୋକନ୍ରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଦହଗଞ୍ଜ ହେଉଛନ୍ତି। ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବିଧାୟକ ଶ୍ରୀ ପାଣିଗ୍ରାହୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।