ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ମଣିପୁର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କ ସହ ବିଜେପିର ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମଓ୍ୱାଲ ମଧ୍ୟ ମଣିପୁର ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଉଭୟ ପଦାଧିକାରୀ।
ଗତକାଲି ବୈଜୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସାଙ୍ଗେ ଆଲୋଚନା କରିଥିଲେ। ମଣିପୁର ରାଜ୍ୟ ବିଜେପି ଉପ-ସଭାପତି ସାରଦା ଦେବୀଙ୍କ ଦ୍ୱାରା ଆୟୋଜିତ ଏକ ଚାରା ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ବୈଜୟନ୍ତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ସମୟୋପଯୋଗୀ ବିଚାରକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ଦଳୀୟ ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ।
ଗତ ଜୁଲାଇରେ ମଣିପୁରରେ ରାଜନୈତିକ ସଙ୍କଟର ସମାଧାନ ସହ ବିଜେପି ସରକାର ଉପରୁ ବିପଦ ଟାଳିବାରେ ପ୍ରମୁଖ ଭୂମିକା ନେଇଥିଲେ ବୈଜୟନ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।