ବିଜେପିର ଅଭିଯୋଗ: ବିଜୁ ଯୁବ ବାହିନୀର ଅର୍ଥ ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଯାଉଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଶାସକ ଦଳର ନେତାଙ୍କ ବିଜ୍ଞାପନ ପାଇଁ  ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ଏହି ଅଭିଯୋଗ କରିଛି।

ଅଭିଯୋଗ ଅନୁଯାୟୀ, ବିଜେଡି ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ସେହିଭଳି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମ୍ପର୍କରେ ମଧ୍ୟ ବ୍ରହ୍ମଗିରି ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି।

ବିଜୁ ଯୁବ ବାହିନୀର ଅର୍ଥକୁ ଏଭଳି ଖର୍ଚ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ କିଭଳି ଭାବେ ଲୋକଙ୍କ ଅର୍ଥକୁ ବିଜୁ ଜନତା ଦଳର ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଗଲା, ସେନେଇ ବିଜେପି ପ୍ରଶ୍ନ ଉଠାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ଦାବି କରିଛି।

ଯଦି ସରକାର ଏହାର ଉପଯୁକ୍ତ ସ୍ପଷ୍ଟୀକରଣ ନ ଦିଅନ୍ତି, ତା ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏନେଇ ଆନ୍ଦୋଳନ କରାଯିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

Ordigital Desk
• Published: Monday, 27 August 2018
• Updated: 27 August 2018, 05:37 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଶାସକ ଦଳର ନେତାଙ୍କ ବିଜ୍ଞାପନ ପାଇଁ  ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ଏହି ଅଭିଯୋଗ କରିଛି।

ଅଭିଯୋଗ ଅନୁଯାୟୀ, ବିଜେଡି ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ସେହିଭଳି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମ୍ପର୍କରେ ମଧ୍ୟ ବ୍ରହ୍ମଗିରି ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି।

ବିଜୁ ଯୁବ ବାହିନୀର ଅର୍ଥକୁ ଏଭଳି ଖର୍ଚ୍ଚ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ କିଭଳି ଭାବେ ଲୋକଙ୍କ ଅର୍ଥକୁ ବିଜୁ ଜନତା ଦଳର ନେତାଙ୍କ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଗଲା, ସେନେଇ ବିଜେପି ପ୍ରଶ୍ନ ଉଠାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦଳ ଦାବି କରିଛି।

ଯଦି ସରକାର ଏହାର ଉପଯୁକ୍ତ ସ୍ପଷ୍ଟୀକରଣ ନ ଦିଅନ୍ତି, ତା ହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଏନେଇ ଆନ୍ଦୋଳନ କରାଯିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos