ବିଜେପୁର ବୁଲେଟ୍‌ ପଲିଟିକ୍ସ: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବହିଷ୍କାର ଦାବିରେ ରାଜନୀତି ତେଜିଲା

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 08:34 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ପଡ଼ାଗାଁରେ ବିଜେପି କର୍ମୀ ମନୋରଂଜନ ମେହେରଙ୍କ ଘର ଉପରେ ଗୁଳିମାଡ଼ ହୋଇଥିଲା। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତଥିବା ଦର୍ଶାଇ ବିଜେପି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରିଛି। ଏପରିକି ସୁଶାନ୍ତଙ୍କ ବହିଷ୍କାର ଦାବି କରିଛି ଦଳ। ଗୁଳିକାଣ୍ଡ ପଛରେ ଷଡଯନ୍ତ୍ର କରିଥିବାର ଅଭିଯୋଗ କରି ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ଦାବି କରଛି। ଏପରିକି ସୁଶାନ୍ତ ସିଂଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ ମଧ୍ୟ କରିଛନ୍ତି ବିଜେପି।</p> <p>ବିଜେପୁର ହାତେଇବା ପାଇଁ ଦଳ ପଠାଇଥିବା ବିସ୍ତାରକମାନଙ୍କୁ ବିଜେଡି ଧମକ ଚମକ ଦେଉଥିବା ବିଜେପି ଅଭିଯୋଗ କରିଛି। ଅମିତ ଶାହାଙ୍କ ଗୁପ୍ତ ସୈନିକ କୁହାଯାଉଥିବା ୫୦ରୁ ଅଧିକ ବିସ୍ତାରକ ଏବେ ବିଜେପୁରରେ ଡେକା ପକାଇଛନ୍ତି। ଏମାନେ ଘରକୁ ଘର ବୁଲି ଦଳର ସଂଗଠନକୁ ମଜବୁତ କିରବା କାମରେ ଲାଗିଛନ୍ତି। ତେବେ ବିଜେପୁରରେ ବିସ୍ତାରକମାନଙ୍କୁ ବିଜେଡି ନେତା ରଖାଇ ଦେଉନାହାଁନ୍ତି ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।</p> <p>ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-&lsquo;&lsquo;ବିସ୍ତାରକ ଯୋଜନାରେ ଅନେକ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତ୍ୟକ ବ୍ୟକ୍ତିଙ୍କୁ ମାଗଣାରେ ବାଇକ ଦିଆଯାଇଛି। ଏହା ସତ୍ତ୍ୱେ ସେମାନେ ବିଫଳ ହେଉଛନ୍ତି। ଏଥିରେ ହତୋତ୍ସାହିତ ହୋଇ ବିଜେପି ଏପରି ଅଭିଯୋଗ ଆଣୁଛି।&rdquo;</p> <p>ବିଜେପୁର ଗୁଳିକାଣ୍ଡକୁ ନେଇ ଆରୋପ- ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ପୋଲିସ ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି। ଛତିଶଗଡ଼ ସୀମା ଲୋହରାଚଟିରୁ ପୋଲିସଙ୍କୁ ଧରିଥିବା ଜଣାପଡ଼ିଛି। ମାତ୍ର ସେମାନଙ୍କ ନାଁ ପ୍ରକାଶ କରିନାହିଁ।</p>

Related story