ଡିଆଇଜିଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା ଦେଲେ ଭାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି କଳଙ୍କର ପ୍ରତିବାଦରେ ବିରୋଧୀଙ୍କ ଅଭିନବ ଆନ୍ଦୋଳନ। ରାଜ୍ୟ ମହିଳା କମିଶନଙ୍କ ଅଫିସ ଭିତରେ ହଙ୍ଗାମା କରିବା ସହ ଚୁଡିମାଳ ଲଗାଇଲେ ବିଜେପି ମହିଳା ମୋର୍ଚ୍ଚା। ସେପଟେ ଆତ୍ମହତ୍ୟା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ୧୧ ଜଣଙ୍କ ବିରୋଧରେ କୋରାପୁଟ ଜିଲ୍ଲା ଦୌରା ଓ ସ୍ୱତନ୍ତ୍ର କୋର୍ଟରେ ମାମଲା ଦାୟାର କରିଛନ୍ତି ପୀଡ଼ିତାଙ୍କ ଭାଇ। ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ପିଆଇଲ୍ ଫାଇଲ୍ କରିଛନ୍ତି ପୂର୍ବତନ ସାଂସଦ […]

bjp protest in bbsr

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 08:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି କଳଙ୍କର ପ୍ରତିବାଦରେ ବିରୋଧୀଙ୍କ ଅଭିନବ ଆନ୍ଦୋଳନ। ରାଜ୍ୟ ମହିଳା କମିଶନଙ୍କ ଅଫିସ ଭିତରେ ହଙ୍ଗାମା କରିବା ସହ ଚୁଡିମାଳ ଲଗାଇଲେ ବିଜେପି ମହିଳା ମୋର୍ଚ୍ଚା। ସେପଟେ ଆତ୍ମହତ୍ୟା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ୧୧ ଜଣଙ୍କ ବିରୋଧରେ କୋରାପୁଟ ଜିଲ୍ଲା ଦୌରା ଓ ସ୍ୱତନ୍ତ୍ର କୋର୍ଟରେ ମାମଲା ଦାୟାର କରିଛନ୍ତି ପୀଡ଼ିତାଙ୍କ ଭାଇ। ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ପିଆଇଲ୍ ଫାଇଲ୍ କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ କୁନ୍ଦୁଲି ହଙ୍ଗାମା। ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳା କମିଶନ କାହାର, ରାଜ୍ୟର ନା ବିଜେଡିର ନାରା ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ। ଏପରିକି କମିଶନଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ।

ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଲୁଚାଇବାରେ ଲାଗି ପଡ଼ିଛନ୍ତି ମହିଳା କମିଶନ। ଘଟଣା ଘଟିବାର ପରେ ଥରେ ମଧ୍ୟ ମୁହଁ ଖୋଲି ନାହାନ୍ତି।”

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି-“ମହିଳା କମିଶନ କେବେ ଚୁପ୍ ବସିନାହାନ୍ତି। ସେ ତାଙ୍କ କାମ କରୁଛନ୍ତି। ଯେଉଁମାନେ ଅନଭିଜ୍ଞ ବ୍ୟକ୍ତି, ସେମାନେ ଏପରି ବୟାନ୍‌ବାଜୀ କରୁଛନ୍ତି।”

ଆଜି ଥିଲା କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହ। ଏଥିରେ ସବୁ ଦଳର କର୍ମୀ ସାମିଲ ହୋଇଥିଲେ। ପୀଡ଼ିତାଙ୍କ ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା ଜୟରାମ ପାଙ୍ଗି, କଂଗ୍ରେସ ନେତା ପ୍ରଦୀପ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଯୋଗଦେଇଥିଲେ। ପରେ କୁନ୍ଦୁଲି ହାଟରେ ପୀଡ଼ିତାଙ୍କର ଅଢ଼େଇ ଫୁଟର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ କଂଗ୍ରେସ କର୍ମୀ।

ସେପଟେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ କୋରାପୁଟ ଜିଲ୍ଲା ଦୌରା ଓ ସ୍ୱତନ୍ତ୍ର କୋର୍ଟରେ ୱାନ ସିସି ମାମଲା ଏବଂ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟାର ହୋଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ DIG, କୋରାପୁଟ SP, ପଟାଙ୍ଗି ଥାନା IICଙ୍କ ସହ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପୀଡ଼ିତାଙ୍କ ଭାଇ। ସେହିପରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟାର କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ସେ ପ୍ରାର୍ଥନା କରିଛନ୍ତି।

Related story