ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ତଦନ୍ତରେ ପୁଲିସ ନିଷ୍କ୍ରିୟତା, ବିଜେପିର ଶୋଭାଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ସେକ୍ସ ସ୍କାଣ୍ଡାଲ ମାମଲାର ତଦନ୍ତରେ ପୁଲିସର ଶିଥିଳତା ଓ ତା’ର ମୁଖ୍ୟ ସହଯୋଗୀ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ବାଇନକୁ ପୁଲିସ ଗିରଫ ନକରିବା ଆଦି ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ରାଜଧାନୀ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଅର୍ଚ୍ଚନାଙ୍କ ରଙ୍ଗଶାଳାର ରଙ୍ଗିଲା ରାଜନେତା ଓ ବଡ଼ବାବୁମାନେ କିଏ, ପୁଲିସ ତୁରନ୍ତ ସେମାନଙ୍କର ମୁଖା ଖୋଲୁ ଓ ତଦନ୍ତକୁ କ୍ରିୟାଶୀଳ କରୁ ବୋଲି ବିଜେପି […]

BJP

BJP

Ordigital Desk
  • Published: Monday, 17 October 2022
  • Updated: 17 October 2022, 10:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ସେକ୍ସ ସ୍କାଣ୍ଡାଲ ମାମଲାର ତଦନ୍ତରେ ପୁଲିସର ଶିଥିଳତା ଓ ତା’ର ମୁଖ୍ୟ ସହଯୋଗୀ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ବାଇନକୁ ପୁଲିସ ଗିରଫ ନକରିବା ଆଦି ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ରାଜଧାନୀ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଅର୍ଚ୍ଚନାଙ୍କ ରଙ୍ଗଶାଳାର ରଙ୍ଗିଲା ରାଜନେତା ଓ ବଡ଼ବାବୁମାନେ କିଏ, ପୁଲିସ ତୁରନ୍ତ ସେମାନଙ୍କର ମୁଖା ଖୋଲୁ ଓ ତଦନ୍ତକୁ କ୍ରିୟାଶୀଳ କରୁ ବୋଲି ବିଜେପି ଦାବି କରିଛି। ଏହାସହିତ ପୁଲିସ କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ମାମଲାରେ ପୁଲିସର ନିଷ୍କ୍ରିୟତା ଓ ତଥ୍ୟପ୍ରମାଣ ନଷ୍ଟ ପାଇଁ ପ୍ରୟାସ ଅଭିଯୋଗରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ମହିଳା ସଦସ୍ୟମାନେ ପାୱାର ହାଉସ ଛକରୁ କମିଶନରେଟ ପୁଲିସ ଅଫିସ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ପୁଲିସ କମିଶନରଙ୍କୁ ଭେଟିଛନ୍ତି । ତଦନ୍ତକୁ କ୍ରିୟାଶୀଳ କରି ଏଭଳି ହୀନ କାର୍ଯ୍ୟରେ ଲିପ୍ତ ଥିବା ନେତା ଓ ଅଫିସରମାନଙ୍କୁ ଲୋକଲୋଚନକୁ ଆଣିବାକୁ ବିଜେପି ଦାବି କରିଛି ।
ବିଜେପି ଜିଲ୍ଲା ସଭାପତି ଶ୍ରୀ ସିଂ କହିଛନ୍ତି ଯେ, ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ତଦନ୍ତରେ ପୁଲିସର ଭୂମିକା ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅର୍ଚ୍ଚନା ନାଗଙ୍କ ଲାଗି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି । ରାଜନେତା, ଉଚ୍ଚପଦସ୍ତ ଅଫିସର ଓ ବଡ ବଡ ବ୍ୟବସାୟୀ ଏହି ଘଟଣାରେ ସଂପୃକ୍ତ । ତେଣୁ ବଡ଼ବଡ଼ିଆଙ୍କ ଚାପ ପଡୁଥିବାରୁ ପୁଲିସ ନିରବ ହୋଇ ବସିଛି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି । ଅର୍ଚ୍ଚନା ନାଗ ଗିରଫ ହେବାର ୮ଦିନ ବିତି ଯାଇଥିଲେ ବି ପୁଲିସ କାହିଁକି ତାଙ୍କୁ ରିମାଣ୍ଡରେ ଆଣିନାହିିଁି, ତା’ର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ବାଇନଙ୍କୁ ଗିରଫ କରିବାରେ କ’ଣ ସମସ୍ୟା ରହିଛି ବୋଲି ବିଜେପି ପ୍ରଶ୍ନ କରିଛି । ଏହି ଘଟଣାର ପୁଲିସ ତଦନ୍ତ କରବା ସହ ଯେଉଁ ଯେଉଁ ବ୍ୟକ୍ତି ଏହା ସହ ସଂପୃକ୍ତ ତାଙ୍କୁ ଗିରଫ କରୁ, ଯିଏବି ସାମିଲ ସେମାନଙ୍କୁ ରାଜ୍ୟ ସରକାର ବାନ୍ଧନ୍ତୁ ବୋଲି ବିଜେପି ଦାବି କରିଛି ।

ସେହିପରି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ଅର୍ଚ୍ଚନା ନାଗ ମାମଲାରେ ଫସିଥିବା ନେତା, ମନ୍ତ୍ରୀ ପ୍ରମାଣ ନଷ୍ଟ କରିବାକୁ ସଫଳ ହୋଇଛନ୍ତି । ପୁଲିସ ଅଧିକ ସମୟ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଦିଲ୍ଲୀପ ମହାନ୍ତିଙ୍କ ସମେତ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ସ୍ୱୟଂସେବକ ରାୟ, ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ତୃପ୍ତିମୟୀ ମକଦ୍ଦମ, ରାମଚନ୍ଦ୍ର ରଣସିଂ,ସୁମିତ୍ରା ଆଚାର୍ଯ୍ୟ, ଗୀତାରାଣୀ ବେହେରା ଓ ମେନକା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story