ବିଜେପିର ନିର୍ଣ୍ଣାୟକ ଲଢ଼େଇ; ଥାନା ପରିସରରେ ରାତି କାଟିଲେ ତୁଙ୍ଗ ନେତା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିସାରିଛି ବିଜେପି। ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ  ବୋଲି ଗତକାଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ସମ୍ବଲପୁର ଟାଉନ ଥାନା ପରିସରରେ ସାରା ରାତି ଉଜାଗର ରହି ପ୍ରତିବାଦ କରିଛନ୍ତି ବିଜେପିର ତୁଙ୍ଗ ନେତା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ବିରୋଧୀ ଦଳ […]

BJP-3

BJP-3

Niharika Rout
  • Published: Friday, 22 January 2021
  • Updated: 22 January 2021, 08:03 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିସାରିଛି ବିଜେପି। ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ  ବୋଲି ଗତକାଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହାପରେ ସମ୍ବଲପୁର ଟାଉନ ଥାନା ପରିସରରେ ସାରା ରାତି ଉଜାଗର ରହି ପ୍ରତିବାଦ କରିଛନ୍ତି ବିଜେପିର ତୁଙ୍ଗ ନେତା।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଅନେକ ନେତା ଓ କର୍ମୀ ସମ୍ବଲପୁର ଟାଉନ ଥାନା ପରିସରରେ ଶୀତକାକରରେ   ବସି ରହିଛନ୍ତି । ଚାଷୀ ସାମ୍ନା କରୁଥିବା ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍ନି ଛଟ୍ନି, ବଳକା ଧାନ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିଛି।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ଆରଡିସି ଅଫିସ ଘେରାଉ ସହ ବିଶାଳ ଚାଷୀ ସମାବେଶ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଧାନକିଣାରେ ଅନିୟମିତତା ଚାଲିଥିବାକୁ ସରକାର ସ୍ୱୀକାର କରିବା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫ଟି ପ୍ୟାକ୍ସର ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ କରିଥିବା ବିଜେପି ପକ୍ଷରୁ ଗତକାଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ନିର୍ଣ୍ଣାୟକ ଲଢ଼େଇ କରିବାକୁ ବିଜେପି ପ୍ରସ୍ତୁତ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ।

ଏହାପରେ ବିଳମ୍ବିତ ରାତ୍ରିରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଚାଷୀମାରଣ ନୀତି ପ୍ରତିବାଦରେ ସମ୍ବଲପୁରରେ ବିଶାଳ ଗଣବିକ୍ଷୋଭ ସଫଳ ହୋଇଛି। ପୁଲିସ ସେଠାରେ ଦଳର ରାଜ୍ୟ ସଭାପତି, ସହପ୍ରଭାରୀ ଓ ବିରୋଧୀ ଦଳ ନେତାଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କୁ ଗିରଫ କରିଛି। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଦଳର ବରିଷ୍ଠ ନେତାମାନେ ଥାନାରୁ ହଟିବେ ନାହିଁ। ଗିରଫ ହୋଇ ଜେଲ୍ ଯିବାକୁ ମଧ୍ୟ ନେତାମାନେ ପ୍ରସ୍ତୁତ ଅଛନ୍ତି ।  ଏହି ଲଢ଼େଇ ସମ୍ବଲପୁରରୁ ଆରମ୍ଭ ହୋଇସାରିଛି।

ଏଥିସହ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି, ମଣ୍ଡିଗୁଡ଼ିକ ପ୍ରାୟ ମାସକ ବିଳମ୍ବରେ ସରକାର ଖୋଲିଲେ। ମଣ୍ଡିକୁ ଧାନ ସଂଗ୍ରହର ଟାର୍ଗେଟ୍ ଦିଆଯାଉନାହିଁ। ଚାଷୀଙ୍କୁ ଟୋକୋନ୍ ବି ମିଳିନି। ଚାଷୀ, ଟୋକୋନ୍ ଓ ବିଭାଗ ଯିଏ ଯାହା ବାଟରେ ଅଛନ୍ତି। ବିଭାଗ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ କଦର୍ଯ୍ୟ ସ୍ଥିତିରେ ରହିଛି। ତା’ର ଧାନ ବିକ୍ରି ହୋଇପାରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚାଷୀଙ୍କ ଆୟ ୨୦୨୨ସୁଦ୍ଧା ଦ୍ୱିଗୁଣ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବାବେଳେ ଏଠି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ରାଜ୍ୟ ବିଜେପି ନେତାମାନେ ଥାନାରେ ଗିରଫ ହୋଇ ବସିଥିଲେ ମଧ୍ୟ ସେମାନଙ୍କ ସହ କୌଣସି ପ୍ରକାରର ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେହି ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା।

ଚାଷୀଙ୍କୁ ନ୍ୟାୟ ଓ ହକ୍ ଦେବା ପାଇଁ ବିଜେପି ତା’ର ଲଢ଼େଇ ଆରମ୍ଭ କରିସାରିଛି। ଯଦି ଆସନ୍ତାକାଲି ସକାଳ ସୁଦ୍ଧା ଚାଷୀଙ୍କୁ ନ୍ୟାୟ ଦେବାକୁ ସରକାର ପଦକ୍ଷେପ ନ ନିଅନ୍ତି ଓ ମଣ୍ଡିରୁ ଧାନ ଉଠା ଆରମ୍ଭ ନହୁଏ ତା’ହେଲେ ସମଗ୍ର ରାଜ୍ୟରେ ବିଜେପି ନିର୍ଣ୍ଣାୟକ ଲଢ଼େଇ କରିବା ସହ ସରକାରଙ୍କ ସହ ଜଡ଼ିତ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ରାସ୍ତାରେ ଯିବାକୁ ଦେବନାହିଁ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଥିଲେ।

ଏନେଇ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଧାନକିଣାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଓ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story