ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କଲା ବିଜେପି

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମହାବିଦ୍ୟାଳୟର ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଘଟଣାକୁ ନେଇ କାକଟପୁର ଥାନା ସମ୍ମୁଖରେ ୫ ଦିନ ଧରି ବିକ୍ଷୋଭ କରୁଛି ବିଜେପି। କଲେଜ ଅଧ୍ୟକ୍ଷ ଦେଇଥିବା ଏତଲାରେ ମନ୍ତ୍ରୀଙ୍କ ନାଁ ଥିବାରୁ ତାଙ୍କୁ ଏଥିରେ ଅର୍ନ୍ତଭୁକ୍ତ କରିବାକୁ ଦାବି କରିଛି ବିଜେପି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଇସାରାରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ କଲେଜ ଅଧ୍ୟକ୍ଷକଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ କରିଛି ବିଜେପି।

ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କ ନେତୃତ୍ୱରେ ଚାଲିଥିବା ଧାରଣାରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ମହିଳା ନେତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ସାମିଲ ହୋଇଥିଲେ। ଅସ୍ତରଙ୍ଗ ବ୍ଲକ ଅଧକ୍ଷଙ୍କ ଗିରଫ ଦାବି କରିବା ସହ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବାକୁ ଦାବି ହୋଇଛି।

ସେପଟେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଏପରି ଅଭିଯୋଗ କରିଥିବା ସେ କହିଛନ୍ତି।

କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଏକ କିରାଣୀ ପଦବୀରେ ପୂର୍ବରୁ କାମ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଝିଅଙ୍କୁ ଚାକିରି ମିଳିଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।

ଆହୁରି ପଢ଼ନ୍ତୁ

୪ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ିଛି ମା’ ଝିଅଙ୍କ ମୃତଦେହ

ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ

ଧୋନିଙ୍କ ଚେନ୍ନାଇକୁ ହରାଇଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍‌ ସାରା ବର୍ଷିଲା ଛକା ପରେ ଛକା

ବିହାର ଡିଜିପି ଗୁପ୍ତେଶ୍ୱରଙ୍କୁ ମିଳିଲା ଭିଆରଏସ, ରାଜନୀତିରେ ଯୋଗ ଦେବେ କି?

କର୍ମଚାରୀଙ୍କୁ ଆଗୁଆ ଅବସର: ବିଭାଗ ଶୁଣିଲେନି କି ରିପୋର୍ଟ ବି ଦେଲେନି

ବସିଛନ୍ତି ୫ ବରିଷ୍ଠ ଆଇପିଏସ୍ , କାହିଁକି ମିଳୁନି ନିଯୁକ୍ତି?

ଅଫିସ୍‌ରେ ପଶି ନବୀନଙ୍କୁ ଗାଳିଦେଲେ, ମାଡ଼ ମାରିଲେ!

ଆରୋଗ୍ୟ ହେଲେ ୩୮୩୪ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୪ ଲୋକାଲ୍‌ କେସ

‘ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି’

ସଂସଦ ଢାଞ୍ଚାରେ ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ସିଟ୍ ସାମ୍ନାରେ ଲାଗିଛି କାଚ