ଚାଷୀଙ୍କ ଚିନ୍ତା: ବିଜେପିର ଆରଡିସି ଅଫିସ ଘେରାଉକୁ ନେଇ ବିଜେଡି ଚିନ୍ତାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆସନ୍ତାକାଲି ପ୍ରାୟ ୪୦ ହଜାର ଚାଷୀ ଓ କର୍ମୀଙ୍କ ସହ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବିଜେପିର ନିଷ୍ପତ୍ତିରେ କ୍ଷମତାସୀନ ବିଜେଡି ଚିନ୍ତାରେ ପଡ଼ିଛି। ପଶ୍ଚିମ ଓଡ଼ିଶାରେ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶାସକ ବିଜେଡି ଆଜି ଜୋରଦାର ବିରୋଧ କରିବା ସହ କେନ୍ଦ୍ରର କୃଷି ଆଇନକୁ ନେଇ ଦେଶବ୍ୟାପୀ ଚାଲିଥିବା ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି କରୁଛି ବୋଲି […]

Bjd-and-bjp-file-fir-against-each-other-over-manifesto-issues

Manoranjan Sial
  • Published: Wednesday, 20 January 2021
  • Updated: 20 January 2021, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆସନ୍ତାକାଲି ପ୍ରାୟ ୪୦ ହଜାର ଚାଷୀ ଓ କର୍ମୀଙ୍କ ସହ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବିଜେପିର ନିଷ୍ପତ୍ତିରେ କ୍ଷମତାସୀନ ବିଜେଡି ଚିନ୍ତାରେ ପଡ଼ିଛି। ପଶ୍ଚିମ ଓଡ଼ିଶାରେ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶାସକ ବିଜେଡି ଆଜି ଜୋରଦାର ବିରୋଧ କରିବା ସହ କେନ୍ଦ୍ରର କୃଷି ଆଇନକୁ ନେଇ ଦେଶବ୍ୟାପୀ ଚାଲିଥିବା ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି କରୁଛି ବୋଲି କହିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ଆସନ୍ତାକାଲି ସମ୍ବଲପୁରସ୍ଥିତ ଆରଡିସି କାର୍ଯ୍ୟାଳୟ ଘେରାଉ କରିବ। ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଏବଂ ୩୭ଟି ନିର୍ବାଚନ ମଣ୍ଡଳୀର ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କର୍ମୀ ଏହି ବିକ୍ଷୋଭ ସମାବେଶରେ ସାମିଲ ହେବେ। ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି। କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭତ୍ତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି। ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜି ପର୍ଯ୍ୟନ୍ତ ଧାନ କାଟୁଛନ୍ତି। କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଂଚିତ ରହୁଛି। ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଂଚିତ ରହିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ଚାଷୀର ସମସ୍ତ ଉତ୍ପାଦିତ ଧାନକୁ କିଣନ୍ତୁ ଓ ଚଳିତ ଖରିଫ ଋତୁରେ ଅକାମୀ ହୋଇଯାଇଥିବା ସମସ୍ତ ଟୋକୋନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିଜେପି ଦାବି କରିଛି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଆସନ୍ତାକାଲିର କାର୍ଯ୍ୟକ୍ରମକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ପଶ୍ଚିମଓଡ଼ିଶାରେ ସଂଗଠନ ଦୁର୍ବଳ ଥିବା ବିଜେଡି ଆସନ୍ତାକାଲିର କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ପ୍ରୟାସ କରୁଥିବାବେଳେ ଶ୍ରୀ ଦେବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରର କୃଷି ଆଇନକୁ ଏବେ ସାରା ଦେଶରେ ବିରୋଧ ବଢ଼ିବାରେ ଲାଗିଛି। ଓଡ଼ିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି।

ରାଜ୍ୟସଭାରେ ଧ୍ୱନିମତରେ ବିଲ୍ ପାସ୍ କରାଇ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆରଡିସି ଅଫିସ ଘେରାଉ ପାଇଁ ଘୋଷଣା କରିଛି। ରାଜ୍ୟ ସରକାର ଗତବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ଧାନ ସଂଗ୍ରହ କରିସାରିଲେଣି ଓ ଏବେ ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ଚାଷୀଙ୍କଠୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି କେନ୍ଦ୍ରର କୃଷି ଆଇନ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାକୁ ଶ୍ରୀ ଦେବ ବିଜେପିକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story