ଶିଶୁ ଭବନ ଛକ ପାଲଟିଲା ଋଣକ୍ଷେତ୍ର : ମହିଳା ବିଜେପି କର୍ମୀ - ପୁଲିସ୍‌ ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ଧରୁନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍‌ର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହୋଇ ସାରିବା ପରେ ବି ଥମୁନି ରାଜନୀତି। ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଗର୍ଜୁଛନ୍ତି […]

bjp protest

bjp protest

Niharika Rout
  • Published: Saturday, 23 October 2021
  • Updated: 23 October 2021, 02:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ଧରୁନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍‌ର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହୋଇ ସାରିବା ପରେ ବି ଥମୁନି ରାଜନୀତି। ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଗର୍ଜୁଛନ୍ତି ବିରୋଧୀ। ଭୁବନେଶ୍ୱରଠୁ ଭବାନିପାଟଣା ଯାଏ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ହେଉଛି ନାରାବାଜୀ। ଏପରିକି ଶହଶହ ସଂଖ୍ୟାରେ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

[caption id="attachment_685946" align="aligncenter" width="650"]bjp protest ବିଜେପି ଦଳୀୟ କାର୍ଯ୍ୟାଳୟରା କୋକେଇ ଶୋଭାଯାତ୍ରା ନବୀନ ନିବାସ ଅଭିମୁଖେ ଯାଉଛି।[/caption]

ଆଜି ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ ଭୁବନେଶ୍ୱରସ୍ଥିତ ଦଳୀୟ ଅଫିସରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଛନ୍ତି। ଦିବ୍ୟଶଙ୍କରଙ୍କ ଇସ୍ତଫା, ଗିରଫ ଦାବିରେ କୋକେଇ ଶୋଭାଯାତ୍ରା କରିଛନ୍ତି। ବିଜେପିର ବିକ୍ଷୋଭକୁ ଆଖି ଆଗରେ ରଖି ଶିଶୁ ଭବନରୁ ନବୀନ ନିବାସ ମଧ୍ୟରେ ୨୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଏପରିକି ବିଜେପି ଶୋଭାଯାତ୍ରା ଶିଶୁ ଭବନରେ ପହଞ୍ଚି ନବୀନ ନିବାସ ଆଡ଼େ ଯିବାକୁ ଉଦ୍ୟତ ହେବା  ବେଳେ  ପୁଲିସ୍‌ ସେମାନଙ୍କୁ ଅଟକାଇଛି। ଏହା ମଧ୍ୟରେ ବିଜେପି କର୍ମୀ ୨ଟି ବାରିକେଡ ଭାଙ୍ଗି ୩ୟ ବାରିକେଡ ନିକଟରେ ପହଞ୍ଚିବା ସମୟରେ   ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ବିଜେପି କର୍ମୀ।  ଏପରିକି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି।  ଫଲରେ ଶତାଧିକ ବିଜେପି କର୍ମୀ ତୃତୀୟ ବାରିକେଡ ନିକଟରେ  ଧାରଣାରେ ବସିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ତଦନ୍ତରେ ଯଦି ମନ୍ତ୍ରୀଙ୍କ ନାଁ ଆସୁଛି, ତାଙ୍କୁ କାହିଁକି ଡକାଯାଉନି। ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପଚାରିଛନ୍ତି ବିଜେପି ନେତ୍ରୀ। ଅପରପକ୍ଷେ, ଯେଉଁ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମାରି ପୋତି ଦିଆଯାଉଛି, ସେ ସ୍କୁଲର ପିଲା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି। ଏହାବାଦ ରାଜ୍ୟ ସରକାର ବଧୀର ହୋଇଯାଇଛନ୍ତି। ୨୧ ବର୍ଷର ଶାସନରେ ଅହଙ୍କାର, କ୍ଷମତାରେ ବୁଡ଼ିକି ଅଛି। ନିର୍ମମ ହତ୍ୟାକାଣ୍ଡ, ଜେସିବି ମାରି ବଡ଼ି ଖଣ୍ଡଖଣ୍ଡ କରିଛନ୍ତି। ଷ୍ଟେଟମେଣ୍ଟ ଦେଉ ନାହାନ୍ତି। ଆଇନ ତା’ ବାଟରେ ଯାଉଛନ୍ତି। ଏ ସରକାର ଯେଉଁଭଳି ଭାବେ ନାରୀକୁ ନିଷ୍ପେଷିତ କରୁଛନ୍ତି, ନିର୍ଯାତିତ କରୁଛନ୍ତି, ସରକାର ଏଡାକୁ ସ୍ପୃହା ଦେଉଛନ୍ତି।

କେବଳ ଭୁବନେଶ୍ୱରରେ ନୁହେଁ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବିରେ ଭବାନୀପାଟଣାରେ ବି ଶୁଣିବାକୁ ମିଳିଛି ବିଜେପିର ଗର୍ଜନ ।  ଆଜି ବିଜେପି ଯୁବ ମୋର୍ଚ୍ଚାପକ୍ଷରୁ ଭବାନିପାଟଣାସ୍ଥିତ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ସରକାରଙ୍କୁ ତିବ୍ର ଭର୍ତ୍ସନା କରିଛନ୍ତି ବିଜେପି କର୍ମୀ । ଏହାବାଦ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଘଟଣାର ଉଚିତ ତଦନ୍ତ ଦାବିରେ ବିଜେପି ଆନ୍ଦୋଳନ ତେଜିବାରେ ଲାଗିଛି  । ଏଥିରେ ବିଜେପି ରାଜ୍ୟ  ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ଆନ୍ଦୋଳନ ରେ ଭାଗ ନେଇଛନ୍ତି ।

[caption id="attachment_685957" align="aligncenter" width="650"]bjp protest ଭବାନିପାଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।[/caption]

ଅପରପକ୍ଷେ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଗାଦି ସୁରକ୍ଷିତ ରଖିବାକୁ ଋଣନୀତି କରିଥିବା ବିଜେଡି ପକ୍ଷରୁ ଆଜି ଆୟୋଜିତ ପ୍ରେସମିଟ୍‌ରେ କୁହାଯାଇଛି, ବିଜେପି ମହିଳା ମୋର୍ଚ୍ଚା କେବଳ ଶସ୍ତା ରାଜନୀତି କରୁଛି। ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହାର କୌଣସି ପ୍ରମାଣ ନାହିଁ । ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡି ସାରିଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟା ଜାରି ରହିଛି ।

ହେଲେ, ମମିତାଙ୍କୁ ନ୍ୟାୟ ମିଳିବାରେ ବିଜେପିର ମତଲବ ନାହିଁ। ସେମାନଙ୍କ ମଧ୍ୟରେ ଗୋଷ୍ଠୀବାଦ କାମ କରୁଛି। ହୀନ ରାଜନୀତି କରୁଛି ଦଳ। ଥରେ ମାମଲା ରୁଜୁ ହେଲେ ଆଉ ଥରେ ହୋଇପାରିବନି। ଅଭିଯୁକ୍ତ ଗିରଫ ହୋଇ ସାରିଥିବା ବେଳେ ଗତକାଲି କ୍ୟାପିଟାଲ ଥାନା ଯାଇ ହଙ୍ଗାମା କଲେ ବିଜେପି କର୍ମୀ ।  କାହାର କେତେ ପତିଆରା ଦେଖାଇବାକୁ ସେମାନେ ଚେଷ୍ଟା ଚଳାଇଛନ୍ତି।

ଏପରି ଶସ୍ତା ରାଜନୀତି ଯୋଗୁ ଉକ୍ତ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଆଜିର ପିଲା କାଲିର ଭବିଷ୍ୟତ। ହେଲେ ବିଜେପି ଏହାକୁ ଖାତିର ନ କରି ଶସ୍ତା ରାଜନୀତିରେ ମାତି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story