ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଲା ଅଭିଯୋଗପତ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟ ବିଜେପି ଅଭିଯୋଗପତ୍ର ଉପସ୍ଥାପନ କରିଛି। ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଅଭିଯୋଗପତ୍ର ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପକ୍କା ଘର, ଶିଳ୍ପ ଓ ନିଯୁକ୍ତି ମାନଦଣ୍ଡରେ ସାରା ଦେଶରେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ରୀୟ […]

bjp

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 09:52 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟ ବିଜେପି ଅଭିଯୋଗପତ୍ର ଉପସ୍ଥାପନ କରିଛି। ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଅଭିଯୋଗପତ୍ର ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପକ୍କା ଘର, ଶିଳ୍ପ ଓ ନିଯୁକ୍ତି ମାନଦଣ୍ଡରେ ସାରା ଦେଶରେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ରୀୟ ଅନୁଦାନ ମିଳୁଥିଲେ ମଧ୍ୟ ବିଜେଡି ସରକାର ସବୁ ବେଳେ କେନ୍ଦ୍ରର ଅବହେଳା କଥା ଉଠାଇ ନିଜର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ଏହି ସରକାର କେବଳ ପ୍ରଚାର ସର୍ବସ୍ୱ ହୋଇଛି।”

ବିଜେପି ଆଣିଥିବା ଅଭିଯୋଗର ଜବାବ ବିଜେଡି ଦେଇଛି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଯେଉଁମାନେ ଓଡ଼ିଶା ଆସନ୍ତି ବା ଅଛନ୍ତି ସେମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ଏକ ଚିରାଚରିତ ଅଭ୍ୟାସରେ ପରିଣତ ହେଲାଣି। ବିଜେପି ସଭାପତି ଅମୀତ ସାହା ଓଡ଼ିଶା ଆସିବାର ସମ୍ଭାବନା ଅଛି। ତାଙ୍କ ମନ ଜିଣିବାକୁ ରାଜ୍ୟ ବିଜେପି ପକ୍ଷରୁ ଏପରି ପ୍ରସ୍ତୁତି କରାଯାଇଛି। ସେମାନଙ୍କର ଡର ରହୁଛି କାଳେ ଅମୀତ ସାହା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ଦେବେ।”

Related story