ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଟିପ୍ପଣୀକୁ ନେଇ ଗୃହ ଅଚଳ: କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଟିପ୍ପଣୀକୁ ନେଇ ଆଜି ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଗୃହରେ ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହୋଇପାରିନଥିଲା । ବାଚସ୍ପତି ପ୍ରଥମେ ଗୃହକୁ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । […]

assemble-

assemble-

Ordigital Desk
  • Published: Thursday, 14 July 2022
  • Updated: 14 July 2022, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଟିପ୍ପଣୀକୁ ନେଇ ଆଜି ବିଧାନସଭାରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଗୃହରେ ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହୋଇପାରିନଥିଲା । ବାଚସ୍ପତି ପ୍ରଥମେ ଗୃହକୁ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ଉପବାଚସ୍ପତିଙ୍କ ହସ୍ତକ୍ଷେପ ଯୋଗୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟମାନେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଦେଇଥିବା ଟିପ୍ପଣୀକୁ ନିନ୍ଦା କରି କଂଗ୍ରେସ ବିରୁଦ୍ଧରେ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ । ତେବେ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉଠାଇବାକୁ ସେମାନଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେବା ପରେ ବିଜେପି ବିଧାୟକମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ବିଜେପି ବିରୁଦ୍ଧରେ ଅନୁରୂପମାନ ସ୍ଲୋଗାନ ଦେଇଥିଲେ । ଏହି ହଟ୍ଟଗୋଳ ଭିତରେ ବାଚସ୍ପତି ଶ୍ରୀ ଆରୁଖ ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ହୋ-ହାଲ୍ଲା ଯୋଗୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ଶୁଣାନଯିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ତେବେ ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ଶ୍ରୀ ଆରୁଖ ଏହି ପ୍ରସଙ୍ଗରେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଶ୍ରୀ ମାଝୀ କହିଥିଲେ ଯେ, ଦ୍ରେୀପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା । ଆଦିବାସୀ ବର୍ଗଙ୍‌କ ବିକାଶ ପାଇଁ ସେ ସର୍ବଦା କାର୍ଯ୍ୟ କରୁଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ଏଭଳି ଆଚରଣ ଓ କାର୍ଯ୍ୟ ଯୋଗୁଁ ଅଣଏନଡିଏ ଦଳ ବିଜେଡି ଓ ଶିବସେନା ମଧ୍ୟ ସମର୍ଥନ କରୁଛନ୍ତି । ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତାଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାର ଯେଭଳି ମନ୍ତବ୍ୟ ଦେଇଛି ତାକୁ ସେ କଡ଼ା ଭାଷାରେ ନିନ୍ଦା କରୁଛନ୍ତି ଓ ଏହା ଉପରେ ଏକ ନିନ୍ଦା ପ୍ରସ୍ତାବ ଗୃହରେ ଆଣିବାକୁ ବାଚସ୍ପତି ଅନୁମତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଗୃହର କାର୍ଯ୍ୟବିଧି ନିୟମ ଅନୁସାରେ, ଯେଉଁମାନେ ଗୃହର ସଦସ୍ୟ ନୁହଁନ୍ତି ସେମାନଙ୍କ ବିଷୟରେ ଏଠାରେ ଆଲୋଚନା ହୋଇପାରିବ ନାହିଁ । ପୂର୍ବରୁ ବିଜେପି ଏଭଳି ମତ ରଖିଛି । ତେଣୁ ଯେଉଁ କଂଗ୍ରେସ ନେତାଙ୍କ ନାମ ନେଇ ବିଜେପି ବକ୍ତବ୍ୟ ରଖିଛି ସେମାନଙ୍କ ନାଁ ଗୃହର ବିବରଣୀରୁ ବାଦ ଦିଆଯାଉ । ଦ୍ରୌପଦୀ ମୁର୍ମୁ ଜଣେ ଭଲ ଲୋକ । ଏଥିରେ କାହାର ଦ୍ୱିମତ ନାହିଁ । ହେଲେ ସେ ଯେଉଁ ଚିନ୍ତାଧାରାରେ ଅଛନ୍ତି ତାକୁ ଆମେ ସମାଲୋଚନା କରୁଛୁ । ଯେଉଁ ଚିନ୍ତାଧାରାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେହି ଚିନ୍ତାଧାରାରେ ଏମାନେ ଅନୁପ୍ରାଣୀତ । ଦେଶ ସ୍ୱାଧୀନବେଳେ ଏମାନଙ୍କ ଦପ୍ତରରେ ତ୍ରିରଙ୍ଗା ବଦଳରେ କଳାପତାକା ଉଡ଼ିଥିଲା । ତେଣୁ ସେମାନଙ୍କ ଚିନ୍ତାଧାରାକୁ କଂଗ୍ରେସ ସମର୍ଥନ କରିପାରିବ ନାହିଁ ।

ଶ୍ରୀ ମିଶ୍ର ନିଜର ବକ୍ତବ୍ୟ ରଖୁଥିବାବେଳେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପୁଣିଥରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହାପରେ ବିଜେପି ସଦସ୍ୟମାନେ ଗୃହ ବାହାରେ ଧାରଣା ପ୍ରଦର୍ଶନ କରିଥିଲେ । ଅପରାହ୍ନ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ପୁଣିଥରେ ମୁହାଁମୁହିଁ ହୋଇଥିଲେ । ତେବେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅନୁରୋଧରେ ବିରୋଧୀ ଏହି ପ୍ରସଙ୍ଗରୁ ହଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ସାମିଲ ହୋଇଥିଲେ । ଆଉ ବିଭାଗର ଖର୍ଚ୍ଚଦାବି ମଧ୍ୟ ଗୃହୀତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story