ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପରୀ ପରିବାରକୁ ଭେଟିବାକୁ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ନୟାଗଡ଼ ଜିଲ୍ଲା ଯଦୁପୁରରେ ପହଞ୍ଚିଥିଲା। ସେଠାରେ ପରୀ ବାପାମା’ଙ୍କ ସହ ଆଲୋଚନା ପରେ ୫ ବର୍ଷର ଝିଅକୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି କରିଛନ୍ତି ସମ୍ବିତ ପାତ୍ର।
ଏଥିସହ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ବର୍ଷି ତାଙ୍କୁ ପଦଚ୍ୟୁତ କରା ନ ଯିବା ପର୍ଯ୍ୟନ୍ତ ମୃତ ପରୀକୁ ନ୍ୟାୟ ମିଳିପାରିବ ନାହିଁ ବୋଲି କହିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ଅରୁଣ ସାହୁ ବିଦା ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସମ୍ବିତ ପାତ୍ର।
ସୂଚାଯୋଗ୍ୟ, ନୟାଗଡ଼ର କୁନିଝିଅ ପରୀ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ଆଜି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ପୃଥକ ପୃଥକ ଭାବେ ନୟାଗଡ଼ର ଯଦୁପୁରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଞ୍ଜ ବେଳେ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ନେଇ ଗଲେ ୨୦ ଲକ୍ଷ ଟଙ୍କା
ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ।
Crime
କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ହଂସିକା ଓ ଅନୀଲ?
ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
Crime
ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର
ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।
Crime
ଅଫିସ୍ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି
ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍ଆଇ ଅଫିସ୍ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍ଆଇ ଅଫିସ୍ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।