ପଶ୍ଚିମବଙ୍ଗ ପୋଲିସ ମାଡ଼ରେ ବିଜେପି ନେତା ସୁରେଶ ପୂଜାରୀ ଆହତ

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ମାଡ଼ରେ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଆହତ ହୋଇଥିବା ସୂଚନା ମିଳିଛି। ସେ ଗୁରୁବାର ପଶ୍ଚିମବଙ୍ଗର ନଦିଆରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ପୋଲିସ ମାଡରେ ସେ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚିଟଫଣ୍ଡ ଦୁର୍ନୀତିରେ ସରକାରଙ୍କ ସଂପୃକ୍ତି ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି ନଦିଆ ଓ କ୍ରିଷ୍ଣାନଗରରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ଲାଠି ମାଡରେ ସୁରେଶଙ୍କ […]

SURESH PUJARI ATTACKED

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 02:46 PM IST

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ମାଡ଼ରେ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଆହତ ହୋଇଥିବା ସୂଚନା ମିଳିଛି। ସେ ଗୁରୁବାର ପଶ୍ଚିମବଙ୍ଗର ନଦିଆରେ ଏକ ରାଲିରେ ଯୋଗ ଦେଇଥିବା ବେଳେ ପୋଲିସ ମାଡରେ ସେ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚିଟଫଣ୍ଡ ଦୁର୍ନୀତିରେ ସରକାରଙ୍କ ସଂପୃକ୍ତି ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି ନଦିଆ ଓ କ୍ରିଷ୍ଣାନଗରରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ଲାଠି ମାଡରେ ସୁରେଶଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି। ତାଙ୍କୁ କ୍ରିଷ୍ଣାନଗରର ହସିପିଟାଲରେ ଭର୍ତ୍ତି କରାଯାଇଛି। ସୁରେଶ ପଶ୍ଚିମବଙ୍ଗ ପାଇଁ ବିଜେପିର ସହ-ପ୍ରଭାରୀ ଅଛନ୍ତି।

Related story