ଅଣ୍ଡାମାଡ଼ ପ୍ରତିବାଦରେ ବିଜେପିର ମୌନବତ

ଭୁବନେଶ୍ୱର: ଆଜି ବିଜେପି ମୌନ ପ୍ରତିବାଦ ପାଳନ କରୁଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା ଓ କାମାକ୍ଷାନଗର ଗଣଦୁଷ୍କର୍ମ, ହତ୍ୟା ଘଟଣାର ପ୍ରତିବାଦରେ ବିଜେପି ଏଭଳି ପନ୍ଥା ଆପଣାଇଛି।  ଆଜି ରାଜ୍ୟର ସବୁ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ଦଳୀୟ ନେତା ଓ କର୍ମୀ ମୌନ ପ୍ରତିବାଦ କରିଛନ୍ତି ।

ମୁହଁରେ କଳାପଟି ବାନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ମୌନ ପ୍ରତିବାଦ କରିଛନ୍ତି।  ବ୍ରହ୍ମପୁରରେ ବିଜେପି କର୍ମୀ ମୌନ ବ୍ରତ ପାଳନ କରିଥିବା ବେଳେ କାମାକ୍ଷାନଗରେ ମଧ୍ୟ ବିଜେପି କର୍ମୀ ମୌନ ବ୍ରତ ପାଳନ କରିଛନ୍ତି।  ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ବିଜେପି ପକ୍ଷରୁ ବିଜେଡି ବିରୋଧରେ ମୌନ ବ୍ରତ ପାଳିଛନ୍ତି କର୍ମୀ ଓ ନେତା।