ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ସବୁ ଏସପି ଅଫିସ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ମିଛ କେସକୁ ପ୍ରତ୍ୟାହାର ଓ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟର ବିଭିନ୍ନ ଏସପି ଅଫିସ୍ ସମ୍ମୁଖରେ ଆଜି ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ଏହାସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବିଜେପି ପକ୍ଷରୁ ଆଜି ବିଭିନ୍ନ ଜିଲ୍ଲାରେ ଦଳୀୟ ସଂଗଠନ ପକ୍ଷରୁ ପୁଲିସ ଏସପି ଅଫିସ ଆଗରେ ଧାରଣା ପ୍ରଦର୍ଶନ ସହ ପ୍ରତିବାଦ ସଭା ଆୟୋଜନ […]

bjp

Jitendra Garnayak
  • Published: Friday, 06 May 2022
  • , Updated: 06 May 2022, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ମିଛ କେସକୁ ପ୍ରତ୍ୟାହାର ଓ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟର ବିଭିନ୍ନ ଏସପି ଅଫିସ୍ ସମ୍ମୁଖରେ ଆଜି ବିଜେପି ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି । ଏହାସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସୂଚନା ଅନୁସାରେ ବିଜେପି ପକ୍ଷରୁ ଆଜି ବିଭିନ୍ନ ଜିଲ୍ଲାରେ ଦଳୀୟ ସଂଗଠନ ପକ୍ଷରୁ ପୁଲିସ ଏସପି ଅଫିସ ଆଗରେ ଧାରଣା ପ୍ରଦର୍ଶନ ସହ ପ୍ରତିବାଦ ସଭା ଆୟୋଜନ ହୋଇଥିଲା । ନବୀନ ସରକାରରେ କିଭଳି ଦୁଇ ପ୍ରକାରର ଆଇନ ଚାଲିଛି ସେ ନେଇ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ରାଜନୈତିକ ହିଂସାପରାୟଣ, ହୀନ ରାଜନୈତିକ ସ୍ୱାର୍ଥ, ବିରୋଧୀଙ୍କ କଣ୍ଠରୋଧ ଉଦ୍ଦେଶ୍ୟରେ ନବୀନ ସରକାର ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଏଫଆଇଆର ଦେଇଥିଲେ ସୁଦ୍ଧା ତିଲେଇବଣି ବିଡିଓଙ୍କ କାଉଂଟର ଏଫଆଇଆର ଆଧାରରେ ବିଧାୟକଙ୍କୁ ଗିରଫ କରାଯିବା ସଂପୂର୍ଣ୍ଣ ଆଇନବିରୋଧୀ । ଏପର୍ଯ୍ୟନ୍ତ ବିଡିଓଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନହେବା ଆହୁରି ଚିନ୍ତାଜନକ ବୋଲି ବିଜେପି କହିଛି ।

ସେହିପରି ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୁଦ୍ଧରେ ଜଣେ ମହିଳା ଯୌନ ନିର୍ଯାତନାର ଅଭିଯୋଗ କରିବା ସତ୍ୱେ ଶାସକ ଦଳର ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନବୀନ ସରକାରର ଦୋମୁହାଁ ନୀତିକୁ ପୁଣି ଥରେ ପଦାରେ ପକାଇଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି ।

ଦଳ ପକ୍ଷରୁ ଆଜି କଟକ, ବୌଦ୍ଧ, ସୁନ୍ଦରଗଡ଼, ମୟୁରଭଂଜ, ରାୟଗଡ଼ା, କଳାହାଣ୍ଡି, ଦେବଗଡ଼, ବରଗଡ, ଜଗତସିଂହପୁର, କନ୍ଧମାଳ, ନୂଆପଡ଼ା, ଖୋର୍ଦ୍ଧା, ଅନୁଗୁଳ ସମେତ ଅନ୍ୟାନ୍ୟ ଜିଲ୍ଲା ଏସପିି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମକର୍ତ୍ତାମାନେ ଧାରଣା ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Related story