ବିଜେପି ନେତାଙ୍କ ଧମକ, ଧାନ ଉଠିଲେ ଥାନା ଛାଡ଼ିବୁ

ସମ୍ୱଲପୁର(ସଞ୍ଜୟ ଜେନା): ଚାଷୀଙ୍କ ସମସ୍ୟା ନେଇ ସମ୍ୱଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି। ଏବେ ଏହି ପ୍ରତିଷେଧକ ମୂଳକ ଗିରଫଦାରୀ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ସଦର ଥାନା ଛାଡ଼ିବେ ନାହିଁ ବୋଲି କହିଛନ୍ତି। ମଣ୍ଡିରୁ ଧାନ ନଉଠିଲା ପର୍ଯ୍ୟନ୍ତ ଥାନାରୁ ଯିବୁନାହିଁ ବୋଲି ବିଜେପି ନେତାମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଏହା ପରେ ପୁଲିସ ଚିନ୍ତାରେ ପଡ଼ି […]

bjp

bjp

Manoranjan Sial
  • Published: Thursday, 21 January 2021
  • Updated: 21 January 2021, 05:34 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ଚାଷୀଙ୍କ ସମସ୍ୟା ନେଇ ସମ୍ୱଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି। ଏବେ ଏହି ପ୍ରତିଷେଧକ ମୂଳକ ଗିରଫଦାରୀ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ସଦର ଥାନା ଛାଡ଼ିବେ ନାହିଁ ବୋଲି କହିଛନ୍ତି। ମଣ୍ଡିରୁ ଧାନ ନଉଠିଲା ପର୍ଯ୍ୟନ୍ତ ଥାନାରୁ ଯିବୁନାହିଁ ବୋଲି ବିଜେପି ନେତାମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଏହା ପରେ ପୁଲିସ ଚିନ୍ତାରେ ପଡ଼ି ଯାଇଛି।

ସମ୍ୱଲପୁର ପୁଲିସ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାଏକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି-“ମଣ୍ଡିରେ ବହୁ ପରିମାଣର ଧାନ ପଡ଼ି ରହିଛି। ସେହି ଧାନକୁ ରାଜ୍ୟ ସରକାର ଉଠାଉନାହାନ୍ତି। ବିଜେପିର ଧମକ ସତ୍ତ୍ୱେ ଧାନ ଉଠିଲାନାହିଁ। ସେଥିପାଇଁ ଆଜି ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରିଥିଲୁ। ରାଜ୍ୟ ସରକାର ଧାନ ଉଠାଇବାକୁ ନିଷ୍ପତ୍ତି ନିଆନ୍ତୁ, ତା’ପରେ ଆମେ ଥାନାରୁ ଯିବୁ।”

ଚାଷୀଙ୍କ ଦାବି ପୂରଣ ପାଇଁ ବିଜେପି କର୍ମୀମାନେ ଆଜି ବିଶାଳ ଶୋଭାଯାତ୍ରାରେ ଆରଡିସି  ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ବିଜେପି ନେତା-କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟ ସରକାର ଲାଗୁ କରୁନଥିବାରୁ  ଚାଷୀମାନେ ଅସୁବିଧାରେ ପଡୁଛନ୍ତି। ଏହାସହ କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର।

ସୁରକ୍ଷା ଦୃଷ୍ଟିରୁ ସମ୍ୱଲପୁର ଟାଉନ୍‌ରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲା। ଏଥିସହ ୫୦ରୁ ୬୦ ଜଣ ଅଫିସରଙ୍କ ବିଭିନ୍ନ ସ୍ଥାନୟରେ ନିୟୋଜିତ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos