ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବାରେ ଶାସକ ଦଳର ଗୁଣ୍ଡମାନେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ଏକ ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡିର ରାଜନୀତିକ ହିଂସା ଓ ହତ୍ୟାକାଣ୍ଡ ସମ୍ପର୍କରେ ଲିଖିତ […]

bjp-submits-memorandum-to-ceo-accusing-ruling-bjd-of-unleashing-terror-against-political-opponents

bjp-submits-memorandum-to-ceo-accusing-ruling-bjd-of-unleashing-terror-against-political-opponents

Manoranjan Sial
  • Published: Tuesday, 23 April 2019
  • Updated: 23 April 2019, 11:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବାରେ ଶାସକ ଦଳର ଗୁଣ୍ଡମାନେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ଏକ ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛି।

ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡିର ରାଜନୀତିକ ହିଂସା ଓ ହତ୍ୟାକାଣ୍ଡ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିର ଇଙ୍ଗିତରେ ରାଜ୍ୟରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଇ ନିର୍ବାଚନରେ ବାଧକ ସାଜୁଛନ୍ତି। ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା , ମରଣାନ୍ତକ ଆକ୍ରମଣ ଓ ହିଂସା ଆଦି ବୃଦ୍ଧି ପାଇଛି। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରାଯିବା, ବିଜେପି ସମର୍ଥକଙ୍କୁ ଧମକ , ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଆଦି ଘଟଣା ବୃଦ୍ଧି ପାଇଛି।

ସେହିପରି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ବୁଥ ରିଗିଂ, କ୍ୟାପଚରିଙ୍ଗ ଆଦି ଘଟଣା ସାମ୍ନାକୁ ଆସିଛି। ଏହା ସତ୍ତେ୍ୱ ନିର୍ବାଚନ ଅଧିକାରୀ କିମ୍ବା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ନେବା ସହ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବିଜେପି ଦାବି କରିଛି। ଏହାସହିତ ଶାସକ ବିଜେଡି ସମ୍ପୃକ୍ତ ଥିବା ରାଜନୀତିକ ହିଂସା, ହତ୍ୟାକାଣ୍ଡ, ବୁଥ ରିଗିଂ, ବୁଥ କ୍ୟାପଚରିଙ୍ଗର ତାଲିକାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ବିଜେପି ପ୍ରଦାନ କରିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୭ଟି ବୁଥରେ ଭୋଟଗ୍ରହଣବେଳେ ବିଜେଡି ଅରାଜକତା ସୃଷ୍ଟି କରିଥିଲା। ଶାସକ ଦଳର ଗୁଣ୍ଡାମାନେ ୬ଟି ବୁଥ କ୍ୟାପଚରିଙ୍ଗ କରିଥିବାର ତଥ୍ୟ ପ୍ରମାଣ ଗତ ୧୨ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୫ଟି ବୁଥ କ୍ୟାପଚରିଙ୍ଗ, ୪୭ଟି ବୁଥରେ ବିଶୃଙ୍ଖଳା ଏବଂ ୩୩ଟି ବୁଥରେ ରିଗିଂ ହେବାର ରିପୋର୍ଟ କରାଯାଇଥିଲା। ଏହି ସବୁର ତଥ୍ୟ ପ୍ରମାଣ ବିଜେପି ପକ୍ଷରୁ ଗତ ଏପ୍ରିଲ ୧୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଅଯାଇଥିଲା।

ସେହିପରି ବିଜେଡି ଦ୍ୱାରା ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ହତ୍ୟା, ଘସିପୁରା ଠାରେ ରାମଚନ୍ଦ୍ର ବେହେରା, ଆସ୍କାରେ କଂଗ୍ରେସ ନାହାକ, ଭଞ୍ଜନଗର ଠାରେ ବିଜେପର ୨ ଜଣ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଧମକ ଦିଆଯିବା , ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ଆକ୍ରମଣ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର ବିଜେପି ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତି, ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ, ବ୍ରଜରାଜନଗର ବିଧାୟିକା ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପିଏସଓ, କେନ୍ଦ୍ରାପଡ଼ା ଲୋକସଭା ବିଜେପି ପ୍ରାର୍ଥୀଙ୍କ ଉପରେ ଶାସକ ବିଜେଡି ଦଳର କର୍ମୀମାନେ ଆକ୍ରମଣ କରିଛନ୍ତି।

ସେହିପରି ଭଟଲି, ଭଞ୍ଜନଗର ସମେତ ଅନେକ ସ୍ଥାନରେ ବିଜେପିର କର୍ମକର୍ତ୍ତାଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତିି। ଏଥିରୁ ସ୍ପଷ୍ଟ ହେଉଛି, ଓଡ଼ିଶାରେ ନିର୍ବାଚନ ଚାଲିଥିବାବେଳେ ପୁଲିସ ଏଠି ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଛି। ଶାସକ ଦଳର ଗୁଣ୍ଡାମାନଙ୍କୁ ଅପରାଧିକ କାର୍ଯ୍ୟ କରିବା ପାଇଁ ଖୁଲମଖୁଲା ଛାଡ଼ିଛି। ୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶୃଙ୍ଖଳାର ସହ ହେବ ଏବଂ ବିଜେପି ସମେତ ଅନ୍ୟ ବିରୋଧୀଦଳମାନେ କିପରି ସୁରକ୍ଷାର ସହ ନିର୍ବାଚନ ପ୍ରଚାର କରିବେ, ସେଥିପ୍ରତି ନିର୍ବାଚନ କମିଶନ ଧ୍ୟାନ ଦେବାକୁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ ଓ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos