‘ଯିଏ ଠକିଛି ତାକୁ ଠୋକ’

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁରରେ ବିଜେପିର ଜୋରଦାର ହମ୍‌ଲା।  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଞ୍ଜିଳିକୁ ରଖି ବିଜେପୁର ଛାଡିଥିବାରୁ ନବୀନଙ୍କ ଉପରେ ବର୍ଷିଥିଲେ। ଏପରିକି ଯିଏ ଠକିଛି ତାକୁ ଠୋକ ବୋଲି କହିଥିଲେ ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା  । ବିଜେପି-ବିଜେଡି ମଧୁର ସଂପର୍କର ଚର୍ଚ୍ଚା ଭିତରେ ବିଜେପି ଉପ-ନିର୍ବାନକୁ ଦେଖି ଦଳ ନିଜ ଆଭିମୁଖ୍ୟ ବଦଳାଇଥିବା ବେଳେ ବିଜେଡି ଏହାର ଜବାବ୍ ରଖିଛି।  ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ […]

437

Tapas Behera
  • Published: Friday, 11 October 2019
  • , Updated: 11 October 2019, 08:39 PM IST

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁରରେ ବିଜେପିର ଜୋରଦାର ହମ୍‌ଲା।  ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଞ୍ଜିଳିକୁ ରଖି ବିଜେପୁର ଛାଡିଥିବାରୁ ନବୀନଙ୍କ ଉପରେ ବର୍ଷିଥିଲେ। ଏପରିକି ଯିଏ ଠକିଛି ତାକୁ ଠୋକ ବୋଲି କହିଥିଲେ ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା  । ବିଜେପି-ବିଜେଡି ମଧୁର ସଂପର୍କର ଚର୍ଚ୍ଚା ଭିତରେ ବିଜେପି ଉପ-ନିର୍ବାନକୁ ଦେଖି ଦଳ ନିଜ ଆଭିମୁଖ୍ୟ ବଦଳାଇଥିବା ବେଳେ ବିଜେଡି ଏହାର ଜବାବ୍ ରଖିଛି।  ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷରେ ଗତ ନିର୍ବାଚନ ଅପେକ୍ଷା ଭୋଟ ହାର କମିବା ନେଇ ଦେଇଥିବା ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପୁରରେ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ୍ ପ୍ରଚାର କରିଛନ୍ତି।

ତେବେ ବରଗଡ ସାଂସଦ ସୁରେଶ ପୂଜାହାରୀ, ରାଜ୍ୟସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେ.ଭି ସିଂହଦେଓଙ୍କ  ସମେତ ଦଳର ତୁଙ୍ଗ ନେତାଙ୍କ ସହ ଧର୍ମେନ୍ଦ୍ର ଆଜି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ବିଜେପୁରେ ବିଜେପି ନେତାଙ୍କ ଅନ୍ଦାଜ ଆଜି ଭିନ୍ନ ଥିଲା। ଟାର୍ଗେଟରେ ଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଜିଂଳିକୁ  ରଖି ବିଜେପୁର ଛାଡ଼ିଥିବାରୁ ନବୀନଙ୍କ ଉପରେ ବର୍ଷିଥିଲେ ଦଳୀୟ ନେତା । ବିଜେପୁରର ଦାୟିତ୍ୱ ନେଉଛି କହି ତୁଲାଇଲେନି ବୋଲି କହି ବାଣମାରିଥିଲେ ଧର୍ମେନ୍ଦ୍ର । ଧାନ MSPରେ ବାଟମାରଣା, କାଳିଆ ଯୋଜନାରେ ବିଜେଡି ଦଳର କର୍ମୀଙ୍କୁ ଫାଇଦା କଥା ବି ଉଲ୍ଲେଖ କରିଥିଲେ ଧର୍ମେନ୍ଦ୍ର।

ସେପଟେ ଦଳ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ନବୀନଙ୍କୁ କଡ଼ା ସମାଲୋନା କରିଥିଲେ। ଏପରିକି ଯିଏ ଠକିଛି ତାକୁ ଠୋକ, ସବକ୍ ଶିଖାଅ ବୋଲି କହିଛନ୍ତି ବସନ୍ତ।  ବରଗଡ ସାଂସଦ ସୂରେଶ ପୂଜାହାରୀ ଓ ବରିଷ୍ଠ ନେତା କେ ଭି ସିଂହଦେଓଙ୍କ ଭାଷଣରେ ବି ନବୀନ ହିଁ ଟାର୍ଗେଟରେ ଥିଲେ। ସେପଟେ ୨୦୧୮ ଉପନିର୍ବାଚନରେ ବିଜେଡିର ବୋଟ ବ୍ୟବଧାନ ଥିଲା ପ୍ରାୟ ୪୨ ହଜାର ।  ୧୯ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଥିବା ବେଳେ ଭୋଟ ବ୍ୟବଧାନ ଥିଲା ପଖାପାଖି ପ୍ରାୟ ୫୭ ହଜାର । ତେବେ ଏଥର ବିଜେଡି ଭୋଟ ବ୍ୟବଧାନ କମିବା ନେଇ ସଙ୍କେତ ଦେଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।ପ୍ରମିଳା କହିଛନ୍ତି ବିଜେଡି ୩୫ ହଜାର ଭୋଟରେ ଜିତିବ ।

ସେପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଏକା ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରୁଛନ୍ତି।  ରାଜ୍ୟସ୍ତରୀୟ ନେତା କିମ୍ବା ଅନ୍ୟ କୌଣସି ନେତାମାନେ ମଧ୍ୟ ତାଙ୍କ ସହ ପ୍ରଚାରରେ ସାମିଲ ହେଉ ନାହାଁନ୍ତି । ତେବେ ବିଜେପୁରରେ ଏବେ ରାଜନୈତିକ ପାଣିପାଗ ସରଗରମ ରହିଛି।

Related story