ଓଡ଼ିଶା ରାଜନୀତିରେ ନୂଆ ସମୀକରଣ: ବିଜେଡିର ଗୋପନ ବୁଝାମଣା କଥା ଉଠାଇଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା ରାଜନୀତିରେ ନୂଆ ସମୀକରଣ ହେଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋପନ ବୁଝାମଣା କରିଛନ୍ତି। ଏପରି କିଛି ଅଭିଯୋଗ କରି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ ବିଜେଡିର ବିଜୟକୁ ଲିଭିଗଲା ବେଳେ ଦୀପ ଜୋରରେ ଜଳିବା ସହ ତୁଳନା କରିଛନ୍ତି ଧର୍ମେନ୍ଦ୍ର।

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରିବା ସହ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି। ଚର୍ଚ୍ଚା ହେଉଛି ବିଜେପୁର ପରାଜୟ ପରେ ଦୋହଲି ଯାଇଥିବା କର୍ମୀଙ୍କ ମନୋବଳକୁ ଦମ୍ଭ ଦେବାକୁ ଏପରି ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରିଥିଲା ଦଳ।

ବିମାନବନ୍ଦରରେ ପାଇକ ଆଖଡା, ଘୋଡା ନାଚ ସହ ବାଜାବାଣ। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଓଡ଼ିଶା ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଏପରି ସ୍ୱାଗତ କରିଥିଲା ଦଳ। ବିମାନବନ୍ଦରରୁ କର୍ମୀ ଓ ନେତା ଧର୍ମେନ୍ଦ୍ରଙ୍କୁ ପଟୁଆରରେ ପାଛୋଟି ନେଇଥିଲେ ରାଜ୍ୟ କାର୍ଯ୍ୟାଳୟକୁ।

ଧର୍ମେନ୍ଦ୍ରଙ୍କ ସ୍ୱାଗତ ପାଇଁ ପାର୍ଟି ଅଫିସରେ ବି ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୋଦି ଶାସନରେ ଓଡିଶା ସମ୍ମାନିତ’। ମଞ୍ଚରେ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ବିଜେପୁର ପରାଜୟ କଥା ଉଠାଇ ପ୍ରଥମେ ନବୀନଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର। ନବୀନଙ୍କୁ ସାମନ୍ତବାଦ ରାଜନୀତିର ପ୍ରତୀକ ବୋଲି କହିବା ସହ ଲିଭିଲା ବେଳେ ଦୀପ ଜୋର ଜଳେ ବୋଲି ଆକ୍ଷେପ କରିଥିଲେ। ସେହିଭଳି ସୁବିଧାବାଦ ରାଜନୀତିର ଉଦାହରଣ ରଖି କଂଗ୍ରେସ ସହ ବିଜେଡି ବିଜେପୁରରେ କରିଥିବା ଲୁଚାଛପା ବୁଝାମଣା କଥା ଉଠାଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ଅବତାରଣା କରିଥିଲେ ଧର୍ମେନ୍ଦ୍ର।

ଅନ୍ୟପକ୍ଷରେ ବିଜେପୁର ଉପନିର୍ବାଚନ ପରାଜୟ ପରେ କର୍ମୀଙ୍କ ମନୋବଳ ବୃଦ୍ଧି ଓ ବଦଳୁଥିବା ସମୀକରଣ ଦୃଷ୍ଟିରୁ ବିଜେପି ଗୋପନ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

Ordigital Desk
• Published: Saturday, 17 March 2018
• Updated: 17 March 2018, 08:46 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos