ମନ୍ତ୍ରୀ ରାଜା ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆଜି ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମନ୍ତ୍ରୀଙ୍କ ବୟାନକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ଉପରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମନ୍ତ୍ରୀ […]

golaka

golaka

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆଜି ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ମନ୍ତ୍ରୀଙ୍କ ବୟାନକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ଉପରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ନିନ୍ଦନୀୟ। ଏହି ସଭା ଦଳୀୟ ନା ସରକାରୀ କାର୍ଯ୍ୟକ୍ରମ ଥିଲା ତାହା ରାଜ୍ୟ ସରକାର ସର୍ବସାଧାରଣରେ ସ୍ପଷ୍ଟ କରନ୍ତୁ। ଯଦି ଦଳୀୟ କାର୍ଯ୍ୟକ୍ରମ ନଥିଲା ତେବେ କାହିଁକି ସେ ଏପରି ମନ୍ତବ୍ୟ ଦେଲେ ତାହା ଉପରେ ସରକାର ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ଖୋଲାଖୋଲି ଭାବେ ବିଜେପି ସାଂପ୍ରଦାୟିକ ମନୋଭାବ ସୃଷ୍ଟି କରୁଥିବା ଏବଂ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ସମାଲୋଚନା କରିବା ଅଶୋଭନୀୟ କଥା। ଏକ ସରକାରୀ ମଞ୍ଚରୁ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ। ଦଳ ତରଫରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଉଛି। ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏକ ସରକାରୀ ମଂଚରେ ଜଣେ ମନ୍ତ୍ରୀ ରାଜନୈତିକ ବିବାଦ ତିଆରି କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। କିଛିଦିନ ତଳେ ଗୋଟିଏ ଟ୍ରେଡ୍ ୟୁନିୟନ ବନ୍ଦ ଡାକରା ଦେଇଥିବାବେଳେ ଏହି ଆନ୍ଦୋଳନରେ ବିଜେଡି ମିଶିବା ନେଇ ସମ୍ପୃକ୍ତ ମନ୍ତ୍ରୀ ବୟାନବାଜି କରିଥିଲେ ଏବଂ ଦଳ ପରେ ହଟହଟାର ଶୀକାର ହୋଇଥିଲେ। ଏବେ ପୁଣିଥରେ ଏଭଳି ବୟାନବାଜି କରି ମନ୍ତ୍ରୀଜଣକ ରାଜନୈତିକ ଦୃଷ୍ଟିରୁ ଦେବାଳିଆ ହୋଇଯାଇଥିବା ସ୍ପଷ୍ଟ କରୁଛି ବୋଲି କହିଛନ୍ତି।

ରାଜନୀତିରେ ବାଦବିବାଦର ସ୍ଥାନ ଅଛି ମାତ୍ର ତାହା କେଉଁଠୁ କୁହାଯିବା ତାହା ଜଣେ ରାଜନୈତିକ ବ୍ୟକ୍ତି ଜାଣିବା ଉଚିତ୍। ସରକାରୀ କାର୍ଯ୍ୟକ୍ରମରେ ମଂଚରୁ ବିଜେପିକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲେ ଦଳ ପକ୍ଷରୁ ତାହାର ଉତ୍ତର ଦିଆଯାଇଥାନ୍ତା, ମାତ୍ର ଏଭଳି ଏଭଳି ବୟାନବାଜି ସରକାରୀ ମଂଚରୁ ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story